ଆପଣ ଜାଣି ନ ଥିବେ ସାଧାରଣ ଦୁଇଖଣ୍ଡ ରସୁଣ ଆପଣଙ୍କ ଶରୀର ପ୍ରତି କେତେ ଉପାଦେୟ

Published: Nov 2, 2020, 9:51 am IST

ନୂଆଦିଲ୍ଲୀ, ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଦୁଇ ଖଣ୍ଡ ବା ଦୁଇ କୂଳ ରସୁଣ ଆପଣଙ୍କର ମୁହଁର ବ୍ରଣକୁ କୁଆଡେ ଉଭାଇ ଦେବ। ମୁହଁରେ ବ୍ରଣ ହେବା ଦ୍ବାରା ସମସ୍ତଙ୍କୁ ବଡ ଅସୁବିଧା ଅନୁଭବ ହୁଏ। କାରଣ ଅନ୍ୟ କେଉଁଠି କିଛି ହେଲେ ତାହା ଘୋଡେଇ ହେବ। ହେଲେ ମୁହଁରି କିଛି ହେଲେ ତାହାକୁ ଲୁଚେଇବା ସମ୍ଭବ ନୁହେଁ। ଏଥିପାଇଁ ଅନେକ ଲୋକ ଅନେକ ପଇସା ଖର୍ଚ୍ଚ କରନ୍ତି ହେଲେ ସେଥିରେ ବ୍ରଣ ଯିବାର ନା ଧରେ ନାହିଁ। କିନ୍ତୁ ପ୍ରାଚୀନ ଯୁଗରୁ ଆୟୁର୍ବେଦ ଶାସ୍ତ୍ରରେ ଏହାର ଉପାଚାର ରହିଛି। ଜାଣନ୍ତୁ କଣ

1- ଗୋଟା ରସୁଣରୁ ଦୁଇ ଖଣ୍ଡ ବାହାର କରି ଭଲଭାବରେ ଚୋପା ଛଡାଇ ଦିଅନ୍ତୁ। ତାହାକୁ ଭଲଭାବରେ ବାଟି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାପରେ 10 ମିନିଟ ପାଇଁ ତାହାକୁ ସେମିତି ଛାଡି ଦିଅନ୍ତୁ। ତାପରେ ବ୍ରଣ ଉପରେ ଏହାକୁ ଲଗାନ୍ତୁ। 10ରୁ 15 ମିନିଟ୍ ପରେ ମୁହଁକୁ ଭଲଭାବରେ ଧୋଇ ଦିଅନ୍ତୁ। ଦିନରେ ଥରେ କିଛିଦିନ ପାଇଁ ଏହିପରି କରନ୍ତୁ।

2-ଦୁଇ ଖଣ୍ଡ ରସୁଣ ଆଣନ୍ତୁ ଏବଂ ତାହାକୁ ଚୋପା ଛଡାଇ ଭଲଭାବରେ ବାଟି ପେଷ୍ଟ କରନ୍ତୁ। ସେଥିରେ ଅଳ୍ପ ହଲଦୀ ମିଶାଇ ବ୍ରଣରେ ଲଗାନ୍ତୁ। 10ରୁ 15 ମିନଟ ପରେ ମୁହଁ ଧୋଇ ଦିଅନ୍ତୁ।

3-ରସୁଣ ରସକୁ ଆଣି ସେଥିରେ ଦୁଇ ଚାମଚ ଭିନେଗାର ଏବଂ ଦୁଇ ଚାମଚ ପାଣି ମାଶାଇ ମୁହଁରେ ଥିବା ବ୍ରଣ ଉପରେ ଲଗାନ୍ତୁ।

Related posts