ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଖୋଲିଲା ସାଇବର କମ୍ପ୍ଲେକ୍ସ। ଆଜି ପୋଲିସ ଡିଜି ଅଭୟ ସାଇବର କମ୍ପ୍ଲେକ୍ସର ଶୁଭାରମ୍ଭ କରିଛନ୍ତି। ସାଇବର କମ୍ପ୍ଲେକ୍ସରେ ସାଇବର କ୍ରାଇମର ତଦନ୍ତ ପାଇଁ ଟ୍ରେନିଂ ଦିଆଯିବ। 6 ମାସ ମଧ୍ୟରେ ରାଜ୍ୟ ପୋଲିସର ସୋସିଆଲ ମିଡିଆ ସେଲ୍ କାମ କରିବ। 200 ଜଣ ପୋଲିସଙ୍କୁ ଏଠି ଟ୍ରେନିଂ ଦିଆଯିବ। ସାଇବର କ୍ରାଇମରେ ନୂଆ ଟେକନୋଲୋଜି ବ୍ୟବହାର କରାଯିବ। ଏବେ ରାଜ୍ୟରେ 4ଟି ସାଇବର କ୍ରାଇମ୍ ଥାନା ଅଛି। ସବୁ ଥାନାରେ ସାଇବର କ୍ରାଇମ୍ ତଦନ୍ତ ହେବ। ଏଥିପାଇଁ ଜଣେ ଲେଖାଏଁ ଅଫିସରଙ୍କୁ ଟ୍ରେନିଂ ଦିଆଯିବ। ଚଳିତ ବର୍ଷ 2 ହଜାର ଅଧିକ ମାମଲା ରୁଜୁ ହୋଇଛି।କଟକରେ ଥିବା ସାଇବର ଥାନା ଏଠାରୁ ଅପରେଟ୍ ହେବ ।