ମର୍ମନ୍ତୁଦ ସଡକ ଦୁର୍ଘଟଣା : 6 ମୃତ, 10 ଆହତ

Published: Nov 2, 2020, 11:55 am IST

ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶର ବହରାଇଚ ଜିଲ୍ଳାର ପୟାଗପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 10 ଜଣ ଆହତ ହୋଇଛନ୍ତି। ଆହତଙ୍କ ଭିତରେ 5 ଜଣଙ୍କର ସ୍ଥିତି ଖୁବ୍ ଗମ୍ଭୀର ରହିଛି। ସମସ୍ତ ଆହତଙ୍କୁ ପୋଲିସ ଗାଡି ଯୋଗେ ହସ୍ପିଟାଲରେ ପହଁଞ୍ଚାଇଛି। ମିଳିଥିବା ସୂଚନା ଅନୁସାରେ, ସମସ୍ତ ମୃତକ ଓ ଆହତ ଲକ୍ଷ୍ମୀପୁର ଖିରି ଜିଲ୍ଲାର ତୁକନିଆ ଓ ସିଙ୍ଗାହିରେ ରୁହନ୍ତି।

ପୋଲିସର ସୂଚନା ଅନୁସାରେ, ଜଣେ ମହିନ୍ଦ୍ରା ଗାଡିରେ ବସି 16 ଜଣ ଯାତ୍ରୀ ଆମ୍ବେଦକରନଗର ସ୍ଥିତ କିଛୌଛ ଶରିଫର ଦର୍ଶନ କରି ଫେରୁଥିଲେ। ପ୍ରୟାଗପୁର ଥାନାର ଶିବ ଦହା ମୋଡ ନିକଟରେ କୌଣସି ଅଜଣା ଗାଡି ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ 6ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସୂଚନା ପାଇ ପୋଲିସ ମୃତଦେହ ଗୁଡିକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। (ଏଜେନ୍ସି)

Related posts