ଭୁବନେଶ୍ବର: ଯୁକ୍ତ ତିନି ପ୍ରଥମ ବର୍ଷରେ ସ୍ପଟ ଆଡମିଶନ ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୯ ତାରିଖରେ ଖାଲିଥିବା ସିଟ୍ ନେଇ ଓ୍ବେବସାଇଟ୍ରେ ସୂଚନା ମିଳିବ। ନଭେମ୍ବର ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ଡ୍ରପ୍ ବକ୍ସରେ ଆବେଦନ ପତ୍ର ପକାଇ ହେବ ବୋଲି ସୂଚନା ରହିଛି। ୧୭ ତାରିଖରେ କଲେଜରେ ପ୍ରକାଶ ପାଇବ ଆଡମିଶନ ପାଇଁ ଚୟନ ତାଲିକା। ୨୧ ତାରିଖରେ ଆଡମିଶନ ଫି’ ଦାଖଲ ହେବ। ୨୩ ତାରିଖରେ ଆଡମିଶନ ଡାଟା ଅପଡେଟ୍ ହେବ ବୋଲି ସୂଚନା ରହିଛି।