Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉଚ୍ଚଶିକ୍ଷା ପାଇଁ ଗରିବ ଛାତ୍ରୀଙ୍କୁ ସହାୟତାର ହାତ ବଢ଼ାଇଲା ପିପୁଲ୍ସ ଫର୍ ଦି ପବ୍ଲିକ୍‌
ଆଜିର ଖବର

ଉଚ୍ଚଶିକ୍ଷା ପାଇଁ ଗରିବ ଛାତ୍ରୀଙ୍କୁ ସହାୟତାର ହାତ ବଢ଼ାଇଲା ପିପୁଲ୍ସ ଫର୍ ଦି ପବ୍ଲିକ୍‌

November 2, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗରିବ ମେଧାବୀ ଛାତ୍ରୀଛାତ୍ରୀମାନଙ୍କୁ ସହଯୋଗର ହାତ ବଢ଼ାଇ ଆସିଛି ପିପୁଲ୍ସ ଫର୍ ଦି ପବ୍ଲିକ୍ ଅନୁଷ୍ଠାନ। ଯାହାକି ଯେଉଁ ଛାତ୍ରଛାତ୍ରୀମାନେ ଅର୍ଥ ଅଭାବ ଯୋଗୁଁ ମାଟ୍ରିକ ପାସ୍ କଲା ପରେ ଉଚ୍ଚଶିକ୍ଷାରୁ ବଂଚିତ ହେଉଛନ୍ତି ଏବଂ ଅଧାରୁ ପାଠଛାଡ଼ି ନିଜର ସ୍ୱପ୍ନକୁ ସାକାର କରିପାରନ୍ତି ନାହିଁ ସେମାନଙ୍କ ପାଇଁ ପିପୁଲ୍ସ ଫର୍ ଦ ପବ୍ଲିକ୍ ଅନୁଷ୍ଠାନ ସର୍ବଦା ଛିଡ଼ା ହୋଇଛି।

ଏହି ପରିପ୍ରେକ୍ଷୀରେ ଆଜି ଜଣେ ମେଧାବୀ ଛାତ୍ରୀ ବ୍ରହ୍ମପୁର ଅଶୋକନଗର ନିବାସୀ ବାପା କୃଷ୍ଣଚନ୍ଦ୍ର ପରିଡ଼ା ଓ ମାତା ପିନାକୀ ପରିଡ଼ାଙ୍କ ଝିଅ ସାନିଆ ପରିଡ଼ାଙ୍କୁ ଆଜି ଉଚ୍ଚଶିକ୍ଷା ପାଇଁ ସହଯୋଗର ହାତ ବଢ଼ାଇଛି ପିପୁଲ୍ସ ଫର୍ ଦ ପବ୍ଲିକ୍। ତଳ ଦିନେ ପିପୁଲ୍ସ ଫର ଦି ପବ୍ଲିକ୍ ତରଫରୁ ଏହି ପରିପ୍ରେକ୍ଷୀରେ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଯାହାକି ଭିତ୍ତିକରି ସାନିଆ ପରିଡ଼ାଙ୍କ ମା’ ପିନାକୀ ପରିଡ଼ା ଅନୁଷ୍ଠାନ ସହ ଯୋଗାଯୋଗ କରିଥିଲେ। ଶୁଣିବାକୁ ମିଳିଲା ଯେ, ପିନାକ ପରିଡ଼ାଙ୍କ ଦୁଇଟି ଝିଅ। ପିତା କୃଷ୍ଣଚନ୍ଦ୍ର ପରିଡ଼ା ମା’ ଏବଂ ଦୁଇଝିଅକୁ ଛାଡ଼ି କୁଆଡ଼େ ଚାଲିଯାଇଛନ୍ତି। ଯାହାଫଳରେ ପିନାକୀ ପରିଡ଼ା ଅତି କଷ୍ଟରେ ଦୁଇଝିଅକୁ ଅଶୋକ ନଗରରେ ଏକ ଚା’ ଦୋକାନ କରି ନିଜର ଗୁଜରାଟ ମେଣ୍ଟାଉଛନ୍ତି।

ସୂଚନାଥାଉକି ପିନାକୀ ପରିଡ଼ା ଜଣେ ଯାତ୍ରା କଳାକାର ହୋଇଥିଲେ ସୁଦ୍ଧା ଏହି ଲକ୍‌ଡ଼ାଉନ୍ ସମୟରେ ତାଙ୍କର ଆର୍ଥିକ ଅବସ୍ଥା ସଂପୂର୍ଣ୍ଣ ଭାବେ ଭାଙ୍ଗି ଚୁରମାର ହୋଇଯାଇଛି। ଯାହାକି ପରିବାର ଭରଣପୋଷଣ ପାଇଁ ଛୋଟିଆ ଚା’ ଦୋକାନ କରି ଅତିକଷ୍ଟରେ ଚଳୁଛନ୍ତି। ଯାହାକି ଦୁଇଝିଅଙ୍କୁ ପାଠ ପଢ଼ାଇବା ଅତି କଷ୍ଟକର ବ୍ୟାପାର। ଏହାକୁ ନେଇ ସାନିଆ ପରିଡ଼ାକୁ ନେଇ ପିନାକ ପରିଡ଼ା ବାବାଜୀ ତୋଟା ସାହିରେ ଥିବା ପିପୁଲ୍ସ ଫର୍ ଦି ପବ୍ଲିକ୍ କାର୍ଯ୍ୟାଳୟକୁ ଯାଇଥିଲେ ଏବଂ ସେଠାରେ ଉକ୍ତ ଅନୁଷ୍ଠାନର ସଭାପତି ଡ. ସୁବ୍ରତ ସାହୁ, ମୁଖ୍ୟ ପୃଷ୍ଠପୋଷକ ହେମାଙ୍ଗ ପ୍ରସାଦ ରାଉଳ, ସଂପାଦକ ଶତିସ ପାଣିଗ୍ରାହୀଙ୍କୁ ନିଜର ଦୁଃଖ ଜଣାଇବା ସହ ନିଜ ଝିଅର ଉଜ୍ୱଳ ଭବିଷ୍ୟତ ପାଇଁ ସାହାଯ୍ୟ କରିବାକୁ ନିବେଦନ କରିଥିଲେ। ଯାହାକୁ ନେଇ ଅନୁଷ୍ଠାନର ସଭାପତି ଏବଂ ସଂପାଦକ ଏସ୍‌ଏମ୍‌ଆଇଟିର ନିର୍ଦ୍ଦେଶିକା ପ୍ରଜ୍ଞା ପଣ୍ଡାଙ୍କ ସହ ଯୋଗାଯୋଗ କରିଥିଲେ।

ସୂଚନାଥାଉକି ପ୍ରଜ୍ଞା ପଣ୍ଡା ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଭାବେ ଅତି ପରିଚିତ। ସେ ଜଣେ ସାମାଜିକ କର୍ମୀ। ଅନେକ ଗରିବ ଛାତ୍ରଛାତ୍ରୀଙ୍କୁ ଏହିଭଳି କ୍ଷେତ୍ରରେ ସହଯୋଗର ହାତ ବଢ଼ାଇଥିବା ଚର୍ଚ୍ଚିତ ଚେହେରା। ପିପୁଲ୍ସ ଫର୍ ଦ ପବ୍ଲିକ୍‌ର ଅନୁରୋଧକୁ ସେ ସଂଗେ ସଂଗେ ଗୁରୁତର ଭାବେ ନେଇ ସାନିଆ ପରିଡ଼ାଙ୍କୁ ଏସ୍‌ଏମ୍‌ଆଇଟିର ଯୁକ୍ତ ୨ ବିଜ୍ଞାନ ମହାବିଦ୍ୟାଳୟରେ ଆଡ଼୍‌ମିଶନ କରାଇଥିଲେ। କେବଳ ସେତିକି ନୁହେଁ, ସେ ଉକ୍ତ ଛାତ୍ରୀର ସମସ୍ତ ପ୍ରକାର ଖର୍ଚ୍ଚ ବହନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଯାହାକି ପିପୁଲସ ଫର ଦି ପବ୍ଲିକ୍ ତାଙ୍କର ଏହି ମହତ କାର୍ଯ୍ୟକୁ ସାଧୁବାଦ ଜଣାଇଛନ୍ତି।

ଅନୁଷ୍ଠାନର ମିଡ଼ିଆ ସେଲ୍‌ର ପ୍ରବକ୍ତା ତଥା ଉପସଭାପତି ବିଶ୍ୱନାଥ ମାଲଣାଙ୍କ ସହ ଅନୁଷ୍ଠାନର ସମସ୍ତ ସଦସ୍ୟ ଏସ୍‌ଏମ୍‌ଆଇଟିର ନିର୍ଦ୍ଦେଶିକା ଶ୍ରୀମତୀ ପଣ୍ଡାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଗାମୀ ଦିନରେ ପିପୁଲ୍ସ ଫର୍ ଦି ପବ୍ଲିକ୍ ସର୍ବଦା ଗରିବ, ଖଟିଖିଆ ଏବଂ ଏହିଭଳି ଗରିବ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ପ୍ରୟାସ ଜାରି ରହିବ ବୋଲି ସଂପାଦକ ଶ୍ରୀ ସତୀଶ ପାଣିଗ୍ରାହୀ କହିଛନ୍ତି।

ଉଚ୍ଚଶିକ୍ଷା ପିପୁଲ୍ସ ଫର୍ ଦି ପବ୍ଲିକ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରୁ ମହିଳାଙ୍କ ଠାରୁ ସୁନା ଗହଣା ଲୁଟ୍ ମାମଲା: ଗଜପତି ଜିଲ୍ଲାରୁ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

February 7, 2026

ଶିମିଳିପାଳ ଅଞ୍ଚଳରେ ବିଏସଏନଏଲ ଫୋର୍‌-ଜି ସେବାର ଉଦ୍ଘାଟନ କଲେ ରାଷ୍ଟ୍ରପତି

February 7, 2026

ପୁରୀରେ ଭାରତୀୟ ମଜଦୁର ସଂଘର ୨୧ତମ ଅଖିଳ ଭାରତୀୟ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ

February 7, 2026

ଫହୀମ ଅସରଫ୍ ଙ୍କ ଯୋଗୁଁ ହାରୁ ହାରୁ ଜିତିଲା ପାକିସ୍ତାନ: ନେଦରଲ୍ୟାଣ୍ଡର ଲଢୁଆ ପ୍ରଦର୍ଶନ

February 7, 2026
Latest News

ବିଜୟ ସହିତ ବିଶ୍ଵକପ ଅଭିଯାନ ଆରମ୍ଭ କଲା ଭାରତ: ୨୯ ରନ୍ ରେ ଆମେରିକା ପରାସ୍ତ

February 7, 2026

ବାଣପୁରରୁ ମହିଳାଙ୍କ ଠାରୁ ସୁନା ଗହଣା ଲୁଟ୍ ମାମଲା: ଗଜପତି ଜିଲ୍ଲାରୁ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

February 7, 2026

ରୁଷରୁ ତେଲ କିଣିବା ବନ୍ଦ କରିବ ଭାରତ, ଜାଣନ୍ତୁ କ’ଣ କହିଲେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ? 

February 7, 2026

ଶିମିଳିପାଳ ଅଞ୍ଚଳରେ ବିଏସଏନଏଲ ଫୋର୍‌-ଜି ସେବାର ଉଦ୍ଘାଟନ କଲେ ରାଷ୍ଟ୍ରପତି

February 7, 2026

ପୁରୀରେ ଭାରତୀୟ ମଜଦୁର ସଂଘର ୨୧ତମ ଅଖିଳ ଭାରତୀୟ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ

February 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.