Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଭିଡ୍ ଦ୍ୱିତୀୟ ପ୍ରବାହ ସଂକ୍ରମଣ ରୋକିବା ନେଇ ବୈଠକ: ପୁଣି ଆରମ୍ଭ ହେବ “ମୋ ଗାଁରେ ତହସିଲ୍‌”
ଆଜିର ଖବର

କୋଭିଡ୍ ଦ୍ୱିତୀୟ ପ୍ରବାହ ସଂକ୍ରମଣ ରୋକିବା ନେଇ ବୈଠକ: ପୁଣି ଆରମ୍ଭ ହେବ “ମୋ ଗାଁରେ ତହସିଲ୍‌”

November 2, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗଂଜାମ ଜିଲ୍ଲା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଅଧିକାଂଶ ଦେଶରେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ କୋଭିଡ଼୍ ସଂକ୍ରମଣ ପ୍ରବାହ ଆରମ୍ଭ ହୋଇଛି। ଯାହାକି ଭିନ୍ନ ଧରଣର ପ୍ରବାହ। ଏହି ପ୍ରବାହରେ ସଂକ୍ରମିତ ହେଲେ ନିଶ୍ଚିତ ରୂପେ ଜୀବନ ପ୍ରତି ବିପଦ ଦେଖାଦେଉଛି। ଯଦି ଏହି ପ୍ରବାହ ଗଂଜାମ ଜିଲ୍ଲାରେ ଆରମ୍ଭ ହୁଏ ତେବେ ତାହାକୁ ସମ୍ଭାଳିକା କଷ୍ଟକର ହୋଇଯି। ବର୍ତ୍ତମାନ ଉନ୍ନୟନ କାର୍ଯ୍ୟ କରିବାର ସମୟ ଆସୁଛି। ଏହି ସମୟରେ ଯଦି ଦ୍ୱିତୀୟ ପ୍ରବାହ ଯୋଗୁଁ ସଂକ୍ରମିତ ସଂଖ୍ୟା ବଢ଼େ ତେବେ ଏହାକୁ ପରିଚାଳନା କରିବା ଦିଗରେ ପୁଣି ସମସ୍ତ ପ୍ରଶାସନିକ ଶକ୍ତି ବିନିଯୋଗ ହେବ। ଯା’ ଦ୍ୱାରା ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି ହେବ।

ଜିଲ୍ଲାବାସୀଙ୍କୁ ସତର୍କତା ଏବଂ ସଚେତନତା ସୃଷ୍ଟି ଦିଗରେ ଆଜି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ବ୍ଲକ୍‌ସ୍ତରୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ଅଧିକାରୀ ପର୍ଯ୍ୟନ୍ତ ଭି.ସି. ଜରିଆରେ ଆଲୋଚନା କରି ଏହି କଥା ଉଲ୍ଲେଖ କରିଥିଲେ। ଯେଉଁମାନଙ୍କ ଦେହରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି ସେମାନେ ମଧ୍ୟ ଏହି ନୂତନ ଭାଇରସ୍ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ଯଥେଷ୍ଟ ରହିଛି। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଯେଉଁ ପର୍ଯ୍ୟନ୍ତ ଟୀକା କିମ୍ବା ଔଷଧ ପହଞ୍ଚିନାହିଁ, ସେ ପର୍ଯ୍ୟନ୍ତ ପ୍ରଥମେ ସଚେତନତା କରାଯିବ ଏବଂ ଦ୍ୱିତୀୟରେ ଚଢ଼ାଉ କାର୍ଯ୍ୟ ଜାରି ରଖିବାକୁ ହେବ। ପଞ୍ଚସୂତ୍ରୀ କାର୍ଯ୍ୟ ବିରକ୍ତିକର ଲାଗୁଛି କିନ୍ତୁ ତାହା ଦ୍ୱାରା ଜନଜୀବନ ବିପଦମୁକ୍ତ ହେଉଛି। ଟେଷ୍ଟିଂ ସଂଖ୍ୟା ବୃଦ୍ଧି, ସୁପର ସ୍ପେଡ଼ରଙ୍କ ଚିହ୍ନଟ, ସଂକ୍ରମିତ ବ୍ୟକ୍ତିଙ୍କ କଣ୍ଟ୍ରାକ୍ଟ ଟେସିଂ, ଗ୍ରାମ ପଞ୍ଚାୟତ ସ୍ତରରେ ବାହାରୁ ଆସୁଥିବା ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ, ବଡ଼ ଦୋକାନ କିମ୍ବା ମଲ୍‌ଗୁଡ଼ିକରେ ଅକ୍ସିମିଟର ଓ ଥର୍ମାଲ ସ୍କିଂନି ସୁନିଶ୍ଚିତ କରିବା, କୋଭିଡ଼୍ ମନିଟର ଓ କୋଭିଡ଼ ସକ୍ଷୀ ପ୍ରଶିକ୍ଷଣ ଏବଂ ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ଇତ୍ୟାଦି ସମସ୍ତ ବିଷୟକୁ ପାଳନ ଦିଗରେ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଡ଼ିସେମ୍ବର ପହିଲା ପର୍ଯ୍ୟନ୍ତ ମନ୍ଦିରଗୁଡ଼ିକ ଖୋଲାଯିବ ନାହିଁ। ବର୍ତ୍ତମାନ ପିକ୍‌ନିକ୍ ବା ବଣଭୋଜି ସମୟ। ଏଣୁ ପିକ୍‌ନିକ୍ ସ୍ଥାନଗୁଡ଼ିକରେ ଗହଳିପୂର୍ଣ୍ଣ ବଣଭୋଜି, ମ୍ୟୁଜିକ୍‌କୁ ଜିଲ୍ଲା ପ୍ରଶାସନ ଦ୍ୱାରା ବାରଣ କରାଯାଇଛି। ପିକ୍‌ନିକ ସ୍ଥାନକୁ ଅଳ୍ପ ଲୋକଯାଇ ସେଠାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ଏହି କାର୍ଯ୍ୟରେ ତହସିଲ୍‌ଦାର ତଦାରଖ କରିବାକୁ କୁହାଯାଇଥିଲା। ଗୋଟିଏ ଫୋନ୍ ନମ୍ବର ମଧ୍ୟ ଜାରି କରାଯାଇଛି। ଯଦି କୌଣସି ପିକ୍‌ନିକ୍ ସ୍ପଟରେ ଗହଳି ହୁଏ ଏବଂ କୋଭିନ୍ ନିୟମ ପାଳନ ହେଉନି, ତେବେ ଜନସାଧାରଣ ଏହି ନମ୍ବରରେ ଫୋନ୍ କରି ଜଣାଇବେ।

ସରକାରୀ ଅଧିକାରୀଗଣ ୫୦ ପ୍ରତିଶତ ସମୟ କାଯ୍ୟାଳୟରେ ଏବଂ ୫୦ ପ୍ରତିଶତ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିବାକୁ ଫିଲ୍‌ଡ଼ ଭିଜିଟ୍ କରିବେ। ଜିଲ୍ଲାରେ ଥିବା ୨୪ ଗୋଟି ଆହାର କେନ୍ଦ୍ରକୁ ଆଜିଠାରୁ ଖୋଲାଗଲା। ଆହାର କେନ୍ଦ୍ର ନିକଟରେ ଜଣେ ସ୍ୱାସ୍ଥ୍ୟକର୍ମୀ ମୁତୟନ ରହି ତଥ୍ୟ ସଂଗ୍ରହ ନିମନ୍ତେ ରେଜିଷ୍ଟାର, ଅକ୍ସିମିଟର, ଥର୍ମାଲ୍ ସ୍କିନିଂ କରିବେ। ପୁଣିଥରେ ମୋ’ ଗାଁରେ ତହସିଲ୍ କାର୍ଯ୍ୟକ୍ରମ ତିନିମାସ ପାଇଁ ଆରମ୍ଭ କରାଯିବ। ଗାଁ ଲୋକେ ସେହିଠାରୁ ପ୍ରମାଣପତ୍ର, ମ୍ୟୁଟେସନ, ପଟ୍ଟା ପ୍ରଦାନ, ରାଜସ୍ୱ ଆଦାୟ କରାଯାଇ ଲୋକଙ୍କୁ ସୁବିଧା ପ୍ରଦାନ କରାଯିବ।

ବୈଠକରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଡ. ସିଦ୍ଧେଶ୍ୱର ବଳିରାମ ବନ୍ଦାର, ଡ଼ିଆର୍‌ଡ଼ିଏ ପିଡ଼ି ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତି ଭାସନ ଭି. ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଅମୀୟ କୁମାର ସାହୁ, ଡୁଡ଼ାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡ. ଉମାଶଙ୍କର ମିଶ୍ର ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଗଂଜାମ ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ହୋଟେଲ ଲାଇଫ୍ ଠାରେ ‘ବ୍ୟାମ୍ବୁ ଫରୱାର୍ଡ ସମିଟ୍- ଫ୍ରମ୍ ଗ୍ରାଉଣ୍ଡ ଟୁ ଗ୍ରୋଥ୍’ ଅନୁଷ୍ଠିତ

March 31, 2026

ଗତି ଶକ୍ତି ବିଶ୍ୱବିଦ୍ୟାଳୟ ଏବଂ ଡିଜିସିଏ ମଧ୍ୟରେ ରାଜିନାମା ସ୍ବାକ୍ଷରିତ

March 31, 2026

ଆଜି ମାର୍ଚ୍ଚ ୩୧ ତାରିଖ ମଙ୍ଗଳବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 31, 2026

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026
Latest News

ହୋଟେଲ ଲାଇଫ୍ ଠାରେ ‘ବ୍ୟାମ୍ବୁ ଫରୱାର୍ଡ ସମିଟ୍- ଫ୍ରମ୍ ଗ୍ରାଉଣ୍ଡ ଟୁ ଗ୍ରୋଥ୍’ ଅନୁଷ୍ଠିତ

March 31, 2026

ଗତି ଶକ୍ତି ବିଶ୍ୱବିଦ୍ୟାଳୟ ଏବଂ ଡିଜିସିଏ ମଧ୍ୟରେ ରାଜିନାମା ସ୍ବାକ୍ଷରିତ

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026

ଆଜି ମାର୍ଚ୍ଚ ୩୧ ତାରିଖ ମଙ୍ଗଳବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 31, 2026

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.