ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଅମୃତଭଣ୍ଡା ମଞ୍ଜି ଖାଇବା ମଧ୍ୟ ଶରୀର ପାଇଁ ବହୁ ଉପକାରୀ

Published: Nov 3, 2020, 8:00 am IST

ଭୁବନେଶ୍ବର, ଅମୃତଭଣ୍ଡା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। କିନ୍ତୁ ଆଶ୍ଚର୍ଯ୍ୟ ହେବେ ଅମୃତଭଣ୍ଡାର ମଞ୍ଜି ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଅମୃତଭଣ୍ଡା ମଞ୍ଜିରେ ବହୁ ପରିମାଣର ଲୌହ, କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଅଛି। ଯାହା ଆମ ଶରୀରରେ ଅତିରିକ୍ତ ଚର୍ବି ଜମା ହେବାକୁ ଦେଇନଥାଏ।

ଅମୃତଭଣ୍ଡା ମଞ୍ଜି ଖାଇବା ଯକୃତ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଯଦି ଆପଣ ନିୟମିତ ଭାବେ ଏହି ମଞ୍ଜି ସହିତ ଲେମ୍ବୁ ରସ ମିଶାଇ ଖାଆନ୍ତି, ତେବେ ଏହା ଯକୃତକୁ ସିରୋସିସ୍ ରୋଗରୁ ମୁକ୍ତି ଦେଇଥାଏ। ଯଦି ଆପଣଙ୍କର ତ୍ୱଚା ଖରାପ ଦେଖାଯାଏ ତେବେ ଏହି ମଞ୍ଜିକୁ ଗ୍ରାଇଣ୍ଡ୍ କରି ଚର୍ମରେ ଲଗାନ୍ତୁ।

ଅମୃତଭଣ୍ଡା ମଞ୍ଜିରେ ପ୍ରଚୁର ଆଣ୍ଟିଭାଇରାଲ୍ ଗୁଣ ରହିଛି। ଯଦି ଆପଣ ପ୍ରତିଦିନ ଅମୃତଭଣ୍ଡା ମଞ୍ଜି ଖାଆନ୍ତି, ତେବେ ଭାଇରାଲ୍ ଜ୍ୱର ହେବାର ସମ୍ଭାବନା କମ ରହିବ।

Related posts