ଦୁଇ ଉପନିର୍ବାଚନ ପାଇଁ ନିର୍ମାଣ ହୋଇଛି ଆଦର୍ଶ ମତଦାନ କେନ୍ଦ୍ର, ଭୋଟରଙ୍କୁ କରାଯାଉଛି ସ୍ବାଗତ

Published: Nov 3, 2020, 1:02 pm IST

ବାଲେଶ୍ବର, ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ପୁଲିଂ ବୁଥ ମଧ୍ୟରୁ କେତେକ ଆଦର୍ଶ ବୁଥ କରାଯିବ। ଯେଉଁଥିରେ ଭୋଟରଙ୍କ ଭୋଟ ଦେବାକୁ ଆସିଲେ ସ୍ବାଗତ କରାଯିବ। ସେହି ଅନୁସାରେ ବାଲେଶ୍ବର ଏବଂ ତିର୍ତ୍ତୋଲର ବିଭିନ୍ନ ବୁଥକୁ ଆଦର୍ଶ ବୁଥ ଭାବେ କରାଯାଇଛି। କେନ୍ଦ୍ରକୁ ବେଲୁନରେ ସଜାଯିବା ସହିତ ଭୋଟରଙ୍କୁ ଫୁଲ ଦେଇ ଭୋଟ ଗ୍ରହଣ ଭିତରକୁ ନିଆଯାଉଛି। ଏଥିସହିତ ସେମାନେ ଅପେକ୍ଷା କରିବା ପାଇଁ ମଧ୍ୟ ବସିବାର ବନ୍ଦୋବସ୍ତ କରାଯାଇଛି। ଏହାଦ୍ବାରା ଭୋଟରମାନେ ଭୋଟ ଗ୍ରହଣ କେନ୍ଦ୍ରକୁ ଆଗ୍ରହରେ ଆସିବେ ବୋଲି ଆଶା କରାଯାଇଛି।

Related posts