ଆଉ 12 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1364 ବୃଦ୍ଧି

Published: Nov 4, 2020, 11:21 am IST

ଭୁବନେଶ୍ବର: ରାଜ୍ୟରେ ଆଉ 12 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମାଲକାନଗିରି ଓ ମୟୂରଭଞ୍ଜରୁ ତିନିଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ 2 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି କେଉଁଝର, ଝାରସୁଗୁଡା, ଯାଜପୁର ଓ ରାୟଗଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନୂତନ ମୃତକଙ୍କ ମିଶାଇରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 1364କୁ ବୃଦ୍ଧି ହୋଇଛି।

ମୟୂରଭଞ୍ଜରୁ 38 ବର୍ଷୀୟ, 65 ବର୍ଷୀୟ, 60 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ମାଲ୍‌କାନଗିରିରୁ 65 ବର୍ଷୀୟା ମହିଳା, 40 ବର୍ଷୀୟ ମହିଳା ଓ 60 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଭୁବନେଶ୍ବରରୁ 71 ବର୍ଷ ଓ 78 ବର୍ଷ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଝାରସୁଗୁଡାରୁ 65 ବର୍ଷୀୟ ପୁରୁଷ, ଯାଜପୁରରୁ 78 ବର୍ଷୀୟ ପୁରୁଷ, କେଉଁଝରରୁ 62 ବର୍ଷୀୟ ପୁରୁଷ,ରାୟଗଡାରୁ 74 ବର୍ଷୀୟ ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

Related posts