Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗେଲ ଝଡରେ ଘାଇଲା ରାଜସ୍ଥାନ ରୟାଲ୍ସ
ଆଜିର ଖବର

ଗେଲ ଝଡରେ ଘାଇଲା ରାଜସ୍ଥାନ ରୟାଲ୍ସ

March 26, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
punjab won by 14 runs from rajasthan royals
punjab won by 14 runs from rajasthan royals

ଚଳିତ ଆଇପିଏଲ୍‌ର ଚତୁର୍ଥ ମୁକାବିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବ ୧୪ ରନ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ୧୮୫ ରନ୍‌ର ପିଛା କରୁଥିବା ରାଜସ୍ଥାନ ଏକଦା ୧୫୩/୨ ଥିବାବେଳେ ନାଟକୀୟ ବିପର୍ଯ୍ୟୟ ସହ ନିର୍ଧାରିତ ୨୦ ଓଭରରେ ୯ ୱିକେଟ୍ ବିନିମୟରେ ୧୭୦ ରନ୍ କରି ପାରିଥିଲା। ମ୍ୟାଚର ଶ୍ରେଷ୍ଠ ଖେଳାଳି କ୍ରିସ୍ ଗେଲ୍‌ଙ୍କ ଧମାକାଦାର ବ୍ୟାଟିଂ ସହ ବୋଲରଙ୍କ ମିଳିତ ପ୍ରୟାସ ପଞ୍ଜାବକୁ ରୋମାଞ୍ଚକର ବିଜୟ  ଉପହାର ଦେଇଥିଲା। ତେବେ ଦ୍ରୁତ ବ୍ୟାଟିଂ କରୁଥିବା ରାଜସ୍ଥାନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲରଙ୍କୁ ପଞ୍ଜାବ ଅଧିନାୟକ ଆର ଅଶ୍ବିନ ମଙ୍କଡ ଆଉଟ କରିବା ମ୍ୟାଚ୍‌ର ଅନ୍ୟତମ ବିବାଦୀୟ ଘଟଣା ହୋଇଥିଲା।  ନୂଆ ଜର୍ସିରେ ପଡ଼ିଆକୁ ଓହ୍ଲାଇଥିବା ରାଜସ୍ଥାନ ସୋମବାର ଟସ୍ ଜିତି ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପଞ୍ଜାବ ୪ ରନ୍‌ରେ ଲୋକେଶ ରାହୁଲଙ୍କୁ ହରାଇବା ପରେ ଗେଲ୍ ଦାୟିତ୍ବବାନ ବ୍ୟାଟିଂ କରି ପାଳି ସଜାଡ଼ିବା ଆରମ୍ଭ କରିଥିଲେ। ମୟଙ୍କ ଅଗ୍ରୱାଲ (୨୨)ଙ୍କ ସହ ମିଶି ଦ୍ବିତୀୟ ୱିକେଟ୍‌ରେ ମହତ୍ବପୂର୍ଣ୍ଣ ୫୬ ରନ୍ ଯୋଡ଼ିଥିଲେ। ୱିକେଟ୍ ବଞ୍ଚାଇବା ଲକ୍ଷ୍ୟରେ ଦୁର୍ଦ୍ଧର୍ଷ ଗେଲ୍ ପ୍ରଥମ ୨୭ ବଲ୍‌ରୁ ମାତ୍ର ୨୯ ରନ୍ କରିଥିଲେ। ହେଲେ ପରେ ନିଜ ବିସ୍ଫୋରକ ରୂପ ଦେଖାଇ ଛକା ଚୌକାରୁ ହିଁ ରନ୍ ଅମଳ କରିଥିଲେ। ନିଜ ଶେଷ ୨୦ ବଲ୍‌ରୁ ଗେଲ୍ ୫୦ ରନ୍ ଅର୍ଜନ କରି ନେଇଥିଲେ। ବେନ୍ ଷ୍ଟୋକ୍ସଙ୍କୁ ଡିପ୍ ମିଡୱିକେଟ୍ ଉପରେ ଛକା ମାରିବା ପ୍ରୟାସରେ ରାହୁଲ ତ୍ରପାଠୀଙ୍କ ହାତରେ ଧରା ପଡ଼ିବା ପୂର୍ବରୁ ସେ ପଞ୍ଜାବ ସ୍କୋରକୁ ସମ୍ମାନ ଜନକ ସ୍ଥିତିରେ ପହଞ୍ଚାଇ ଦେଇଥିଲେ। ଏହା ପରେ ସର୍ଫରାଜ ଖାନ୍ ପଞ୍ଜାବ ପାଳିକୁ ଆଗେଇ ନେଇଥିଲେ। ସେ ମାତ୍ର ୨୯ ବଲ୍‌ରୁ ୬ ଚୌକା ଏବଂ ଗୋଟିଏ ଛକା ବଳରେ ୪୬ ରନ୍‌ର ଅପରାଜିତ ପାଳି ଖେଳିଥିଲେ। ତାଙ୍କ ଦ୍ରୁତ ଓ ଉପଯୋଗୀ ପାଳି ପାଇଁ ପଞ୍ଜାବ ନିର୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୮୪ ରନ୍ କରିଥିଲା। ୧୮୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ରାଜସ୍ଥାନ ଭଲ ଆରମ୍ଭ କରିଥିଲା। ଅଧିନାୟକ ଅଜିଙ୍କ୍ୟ ରାହାଣେ (୨୭) ଓ ବଟଲର (୬୯) ପ୍ରଥମ ୱିକେଟ୍‌ରେ ଦ୍ରୁତ ୭୮ ରନ୍ କରିଥିଲେ। ହେଲେ ରାହାଣେଙ୍କୁ ଅଫ୍ କଟରରେ ବୋଲ୍ଡ କରିବା‌ ସହ ବଟଲରଙ୍କୁ ତ୍ରୟୋଦଶ ଓଭରରେ ବିବାଦୀୟ ଭାବେ ମଙ୍କଡ ଆଉଟ କରି ଅଶ୍ବିନ ପଞ୍ଜାବକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ। ବଲ୍ ବିକୃତ ମାମଲାରେ ଏକ ବର୍ଷର ବାସନ୍ଦାଦେଶ ଭୋଗି କୌଣସି ପେସାଦାର ଲିଗ୍‌କୁ ଫେରିଥିବା ଅଷ୍ଟ୍ରେଲୀୟ ଷ୍ଟିଭେନ ସ୍ମିଥ (୨୦)ଙ୍କୁ ସାମ୍ କୁରାନ ଲୋକେଶ ରାହୁଲଙ୍କ ହାତରେ କ୍ୟାଚ୍ କରାଇବା ମ୍ୟାଚ୍‌ର ଅନ୍ୟତମ ନିର୍ଣ୍ଣାୟକ ମୋଡ଼ ଥିଲା।  ସଞ୍ଜୁ ସାମସନ (୩୦) ଓ ବେନ୍ ଷ୍ଟୋକ୍ସ (୬) ୭ ରନ୍ ଭିତରେ ଆଉଟ୍ ହେବା ପରେ ପଞ୍ଜାବ ବିଜୟ ପକ୍କା ହୋଇ ଯାଇଥିଲା। ରାଜସ୍ଥାନର ଶେଷ ୫ ବ୍ୟାଟ୍ସମ୍ୟାନ୍ ଏକ ଅଙ୍କ ଆଗକୁ ବଢ଼ି ପାରି ନଥିଲେ। ଏହି ମ୍ୟାଚ୍‌ରେ ନିଜର ଆଇପିଏଲ୍‌ କ୍ୟରିୟରର ୪୦୦୦ ରନ୍‌ ପୂରଣ କରିଥିଲେ କ୍ରିସ୍‌ ଗେଲ୍‌। ୭୯ରନ୍‌ର ଏହି ଇନିଂସରେ ଗେଲ୍‌ ୮ଚୌକା ଏବଂ ୪ ଛକ୍କା ମାରିଥିଲେ। ମ୍ୟାଚ୍‌ ପୂର୍ବରୁ ୪୦୦୦ ରନ୍‌ ପୂରଣ ପାଇଁ ଗେଲ୍‌ ମାତ୍ର ୬ ରନ୍‌ ଆବଶ୍ୟକ କରୁଥିଲେ। ଏହା ସହିତ ୪୦୦୦ ରନ୍‌ ପୂରଣ କରିବାରେ ଗେଲ୍‌ ଦ୍ରୁତତମ ଖେଳାଳି ପାଲଟିଛନ୍ତି।

ipl rajasthan thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଏସ୍‌ଆଇଆର୍‌କୁ ନେଇ ସୁପ୍ରିମକୋର୍ଟରେ ଆଜି ହାଇଭୋଲ୍ଟେଜ୍ ଶୁଣାଣି

October 15, 2026

ଛାତ୍ର ସଂସଦ ନିର୍ବାଚନ : ଚାଲିଛି ମତଦାନ, ଆଜି କଲେଜକୁ ମିଳିବ ନୂଆ ନେତୃତ୍ବ

October 15, 2026

ମାତ୍ର ₹୨୦ରେ ସ୍ୱାଦଯୁକ୍ତ କ୍ଷୀର, ତାମିଲନାଡୁରେ ଲଞ୍ଚ କଲା ରିଲାଏନ୍ସ

October 15, 2026

ସିଏସ୍ଆଇଆର୍-ଆଇଏମ୍ଏମଟିରେ “୮୫ ତମ ସିଏସ୍ଆଇଆର୍ ପ୍ରତିଷ୍ଠା ଦିବସ” ପାଳିତ

October 15, 2026
Latest News

ଆଇପିଏଲ୍ ଟ୍ରେଡ୍: ସନରାଇଜର୍ସକୁ ଫେରିଲେ ନଟରାଜନ୍

October 15, 2026

୧୬ ରେ ପୁଣି କକ୍‌ରୋଚ୍ ଜନତା ପାର୍ଟିର ବିକ୍ଷୋଭ

October 15, 2026

ଏସ୍‌ଆଇଆର୍‌କୁ ନେଇ ସୁପ୍ରିମକୋର୍ଟରେ ଆଜି ହାଇଭୋଲ୍ଟେଜ୍ ଶୁଣାଣି

October 15, 2026

ୟୁକ୍ରେନରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ୍ ସ୍ପିଡ୍ କମାଇଲେ ଏଲନ୍ ମସ୍କ

October 15, 2026

ଇସ୍ରାଏଲରେ ପାକିସ୍ତାନୀ ପାଇଲଟଙ୍କୁ ନୋ-ଏଣ୍ଟ୍ରି

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.