ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେ ଦୁଇ ବରିଷ୍ଠ ଆଇଏଏସ୍

Published: Nov 4, 2020, 3:06 pm IST

ଭୁବନେଶ୍ୱର: ମାସ୍କ ଓ ପିପିଇ କିଟ କିଣାରେ ଦୁର୍ନୀତି ଅଭିଯୋଗ ମାମଲାରେ ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେ ଦୁଇ ବରିଷ୍ଠ ଆଇଏଏସ । ଦୁଇ ଜଣ ବରିଷ୍ଠ ଆଇଏଏସ ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇଥିବା ନେଇ ମାମଲାର ଆବେଦନକାରୀ କଂଗ୍ରେସ ନେତା ସୁଦର୍ଶନ ଦାସଙ୍କ ପକ୍ଷରୁ ସୂଚନା ମିଳିଛି ।

କରୋନା ମହାମାରୀ ସମୟରେ ମାସ୍କ ଓ ପିପିଇ କିଟ କିଣାରେ ଦୁର୍ନୀତି ଅଭିଯୋଗ କରି ଏହି ଦୁର୍ନୀତିର ତଦନ୍ତ ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗତ ଜୁନ 17 ତାରିଖ ଦିନ ସୁଦର୍ଶନ ଦାସ ଲୋକାୟୁକ୍ତଙ୍କ ପାଖରେ ଏକ ମାମଲା ଦାୟର କରିଥିଲେ । ପରେ ସେପ୍ଟେମ୍ବର 14 ତାରିଖ ଦିନ ଲୋକାୟୁକ୍ତଙ୍କ ପାଖରେ ହାଜର ହୋଇଥିଲେ ତତ୍କାଳୀନ କ୍ରୟ କମିଟି ମୁଖ୍ୟ ତଥା ବରିଷ୍ଠ ଆଇଏଏସ ଅଧିକାରୀ ହେମନ୍ତ ଶର୍ମା ଓ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷ ଯାମିନୀ ଷଡ଼ଙ୍ଗୀ ଲୋକାୟୁକ୍ତଙ୍କ ପାଖରେ ହାଜର ହୋଇଥିଲେ ।

Related posts