ବାଇଶି ପାହାଚ ଯାଞ୍ଚ କଲା ଏଏସ୍‌ଆଇ

Published: Nov 4, 2020, 5:30 pm IST

ପୁରୀ: ଆଜି ଶ୍ରୀମନ୍ଦିର ବାଇଶି ପାହାଚକୁ ଏଏସଆଇର ସୁପରିଟେଣ୍ଡେଣ୍ଟ ଅନୁଧ୍ୟାନ କରିଛନ୍ତି। ବାଇଶି ପାହାଚର ଦୁର୍ବଳ ପଥର ଓ ଯୋଡେ଼ଇ ଆଦିକୁ ଯାଞ୍ଚ କରାଯାଇଛି। ଏଥିସହ ମହାଲକ୍ଷ୍ମୀ ମନ୍ଦିରରେ ପାଣି ଗଳୁଥିବା ବିମ୍ ଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଇଛି। ଏଏସଆଇର ଯାଞ୍ଚ ପରେ ଏ ସମ୍ପର୍କିତ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ଦେବା ପରେ ଖୁବ ଶୀଘ୍ର ମରାମତି ହେବା ନେଇ ସମ୍ଭାବନା ରହିଛି।

ପ୍ରତ୍ନତତ୍ତ୍ୱ ବିଭାଗର ଟିମ ଅନୁଧ୍ୟାନ କରିବା ବେଳେ ପାହାଚର ଦୁର୍ବଳ ପଥରକୁ ଚିହ୍ନଟ କରିଛନ୍ତି। ବାଇଶି ପାହାଚର ମରାମତି କରାଯିବାବେଳେ ଆବଶ୍ୟକ ପଡ଼ିଲେ ଦୁର୍ବଳ ପଥରକୁ ପରିବର୍ତ୍ତନ କରାଯିବାକୁ ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

Related posts