ଆଜି ରାଜ୍ୟରୁ ଆରୋଗ୍ୟ ଲାଭ କଲେ ଆଉ ୧ ହଜାର ୫୨୦ ଜଣ କରୋନା ଆକ୍ରାନ୍ତ

Published: Nov 4, 2020, 7:52 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୫୨୦ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରୁ ୧୧୩, କଟକରୁ ୧୦୨, ଜଗତସିଂହପୁରରୁ ୯୪, ଅନୁଗୁଳରୁ ୮୯, ନୂଆପଡ଼ାରୁ ୭୦, ଝାରସୁଗୁଡାରୁ ୬୮, ସୁନ୍ଦରଗଡରୁ ୬୫, ବଲାଙ୍ଗିରିରୁ ୬୩, କେନ୍ଦ୍ରାପଡାରୁ ୫୩, ବାଲେଶ୍ବରରୁ ୫୦, ଯାଜପୁରରୁ ୪୮, ବରଗଡରୁ ୪୬, ପୁରୀରୁ ୪୫, ଗଞ୍ଜାମରୁ ୩୬, କେନ୍ଦୁଝରରୁ ୩୦, ସମ୍ବଲପୁରରୁ ୨୭, ଭଦ୍ରକରୁ ୨୬, ଢେଙ୍କାନାଳରୁ ୨୫, ସୋନପୁରରୁ ୨୫, କଳାହାଣ୍ଡିରୁ ୨୪, କୋରାପୁଟରୁ ୨୪, ବୌଦ୍ଧରୁ ୧୭, ନବରଙ୍ଗପୁରରୁ ୧୬, ନୟାଗଡରୁ ୧୬, ଦେବଗଡ଼ରୁ ୧୧, ରାୟଗଡ଼ାରୁ ୧୦, କନ୍ଧମାଳରୁ ୮, ମାଲକାନଗିରିରୁ ୮, ଗଜପତିରୁ ୫ ଏବଂ ଷ୍ଟେଟ ପୁଲରୁ ୨୧ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୮୨ ହଜାର ୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୫ ହଜାର ୮୮୯ ମଧ୍ୟରୁ ୧୨ ହଜାର ୩୯୯ ଜଣ ଚିକିତ୍ସିଧୀନ ଥିବା ବେଳେ ୧୩୬୪ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

 

Related posts