ଆଜି ରାଜ୍ୟରୁ ଆରୋଗ୍ୟ ଲାଭ କଲେ ଆଉ ୧ ହଜାର ୪୬୦ ଜଣ କରୋନା ଆକ୍ରାନ୍ତ

Published: Nov 5, 2020, 8:20 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୪୬୦ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।  ଖୋର୍ଦ୍ଧାରୁ ସର୍ବାଧିକ ୧୬୯ ଜଣ ସୁସ୍ଥ ହୋଇଥିବା ବେଳେ  ବାଲଶ୍ୱରରୁ ୧୧୦, କଟକରୁ ୧୦୭, ସୁନ୍ଦରଗଡପୁ ୯୭, ଜଗତସିଂହପୁରରୁ ୯୩, କେନ୍ଦୁଝରରୁ ୯୦, ଅନୁଗୋଳରୁ ୮୪, ବଲାଙ୍ଗୀରରରୁ ୬୭, ମୟୂରଭଞ୍ଜରୁ ୬୦, ନୂଆପଡାରୁ ୬୦, କେନ୍ଦ୍ରାପଡାରୁ ୫୦, ଢେଙ୍କାନାଳରୁ ୪୧, କଳାହାଣ୍ଡିରୁ ୪୦, ନୟାଗଡରୁ ୩୫, ଝାରସୁଗୁଡାରୁ ୩୩, ବରଗଡରୁ-ପୁରୀରୁ ୩୨, ଯାଜପୁରରୁ ୨୯, ନବରଙ୍ଗପୁରରୁ ୨୮, ଗଞ୍ଜାମରୁ ୨୬, ସମ୍ବଲପୁରରୁ ୨୩, କୋରାପୁଟରୁ ୨୨, କନ୍ଧମାଳରୁ ୧୯, ବୌଦ୍ଧରୁ ୧୫, ଭଦ୍ରକରୁ ୧୪, ସୋନପୁରରୁ ୧୩, ଦେବଗଡରୁ-ମାଲକାନଗିରିରୁ ୧୧, ଗଜପତିରୁ ୧୦ ଓ ରାୟଗଡାରୁ ୮ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୮୩ ହଜାର ୫୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୭ ହଜାର ୨୭୪ ମଧ୍ୟରୁ ୧୨ ହଜାର ୩୧୦ ଜଣ ଚିକିତ୍ସିଧୀନ ଥିବା ବେଳେ ୧୩୭୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

 

 

Related posts