ଭୁବନେଶ୍ୱର : ଆଉ କିଛି ଦିନ ପରେ ଲର୍ଣ୍ଣସ୍ ଲାଇସେନ୍ସ ପାଇଁ ସ୍ଲଟ୍ ବୁକିଂ ଏବଂ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି। କରୋନା କଟକଣା ମଧ୍ୟରେ ଏହା ଆରମ୍ଭ ହେବ। ସୂଚନା ଅନୁସାରେ, ନଭେମ୍ବର 12 ତାରିଖରୁ ସ୍ଲଟ୍ ବୁକିଂ ହେବାକୁଥିବାବେଳେ 16ରୁ ଟେଷ୍ଟ ଆରମ୍ଭ ହେବ। 12ତାରିଖ ଦିନ 11ଟାଠାରୁ ସ୍ଲଟ୍ ବୁକିଂ ଆରମ୍ଭ ହେବ। ପ୍ରତିଦିନ ସକାଳ 7ଟାରୁ ରାତି 10ଟା ପର୍ଯ୍ୟନ୍ତ ସ୍ଲଟ୍ ବୁକିଂ କରାଯିବ। ପୂର୍ବରୁ ଲର୍ଣ୍ଣସ୍ ଲାଇସେନ୍ସ ପାଇଁ ଆବେଦନ କରିଥିବା ବ୍ୟକ୍ତି ହିଁ ସ୍ଲଟ୍ ବୁକିଂ କରିପାରିବେ। ପରିବହନ କମିଶନରଙ୍କ ଅଫିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।