ଅନୂସୂଚିତ ଜାତି ଏବଂ ଜନଜାତି ଆଇନକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କଲେ ସୁପ୍ରିମ୍‌କୋର୍ଟ

Published: Nov 6, 2020, 2:51 pm IST

ନୂଆଦିଲ୍ଲୀ : ଅନୂସୂଚିତ ଜାତି ଏବଂ ଜନଜାତି ଆଇନକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ କୋର୍ଟ । ଘରର ଚାରିକାନ୍ଥ ମଧ୍ୟରେ କରାଯାଇଥିବା ଅପମାନକୁ ଅନୂସୂଚିତ ଜାତି ଓ ଜନଜାତି ଆଇନରେ ସାମିଲ କରାଯାଇପାରିବ ନାହିଁ ବୋଲି କୋର୍ଟ ରାୟ ଦେଇଛନ୍ତି । ସର୍ବସାଧାରଣ ସ୍ଥାନରେ କରାଯାଇଥିବା ଅପମାନ ସୂଚକ ମନ୍ତବ୍ୟ ତଥା ମାନହାନି ପାଇଁ ଅନୂସୂଚିତ ଜନଜାତି ଆଇନ ଲାଗୁ କରାଯାଇପାରିବ । ଜଷ୍ଟିସ ଏଲ ନାଗେଶ୍ୱର ରାଓ, ହେମନ୍ତ ଗୁପ୍ତା ଏବଂ ଅଜୟ ରସ୍ତୋଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ହିତେଶ ବର୍ମା ନାମକ ଜଣେ ବ୍ୟକ୍ତିଙ୍କ ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି। ଡିସେମ୍ବର 10, 2019ରେ ହିତେଶ ବର୍ମା ଏବଂ ଜଣେ ମହିଳାଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝଗଡା କାରଣରୁ ଡିସେମ୍ବର 11 ତାରିଖରେ ହିତେଶଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରା ସମେତ ଅନୂସୂଚିତ ଜନଜାତି ଆଇନ ଲାଗୁ କରାଯାଇଥିଲା । ହିତେଶ ଏହାକୁ ବିରୋଧ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । (ଏଜେନ୍ସି)

Related posts