
ନିର୍ବାଚନ ସମୟରେ ବିପୁଳ ପରିମାଣର ଟଙ୍କା କାରବାର ଉପର ରୋକ୍ ଲଗାଯାଇଛି। ସାରା ଦେଶରୁ ୧୪୩ କୋଟି ୪୭ ଲକ୍ଷ ଟଙ୍କା ଜବତ କରାଯାଇଛି। ଏ ନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ତାଲିକା ପ୍ରକାଶ ପାଇଛି। ମାର୍ଚ୍ଚ ୨୫ ତାରିଖ ଯାଏ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରୁ ୧୪୩ କୋଟି ୪୭ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହା ସହିତ ୮୯ କୋଟି ୬୪ ଲକ୍ଷ ଟଙ୍କାର ମଦ ଓ ୧୩୧ କୋଟି ୭୫ ଲକ୍ଷ ଟଙ୍କାର ନିଶାଦ୍ରବ୍ୟ ଜବତ ହୋଇଛି। ସେହିପରି ୧୬୨ କୋଟି ୯୩ ଲକ୍ଷ ଟଙ୍କାର ମୂଲ୍ୟ ଧାତୁ ମଧ୍ୟ ଜବତ କରାଯାଇଛି। ସେହିପରି ପ୍ରାୟ ୧୨.୨୦୨ କୋଟି ଟଙ୍କାର ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।