Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚୋରି ଅଭିଯୋଗରେ ୪ ଯୁବକ ଗିରଫ, ଲକ୍ଷାଧିକ ନଗଦ ଟଙ୍କା ଓ ବହୁ ସ୍ବର୍ଣ୍ଣ ଅଳଙ୍କାର ଜବତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ କିଛି ଦିନ ପୁର୍ବରୁ ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲି ମାଳତୀ ନଗରରେ ବଡ ଧରଣର ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା। ମାଳତୀ ନଗରର ବାସିନ୍ଦା ସୁଶାନ୍ତ କୁମାର ପଟ୍ଟନାୟକଙ୍କ ଘରେ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ବ୍ରହ୍ମପୁର ଏସ୍ ପି ଡ଼ଃ ଶ୍ରବଣ ବିବେକ ଏମ୍ ଙ୍କ ନିର୍ଦ୍ଦେଶନାରେ ସଦର ଏସ୍ ଡି ପି ଓ ଶିବଶଙ୍କର ମହାପାତ୍ର ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ।

ଏହି ତଦନ୍ତ ଜରିଆରେ ପୋଲିସ ୪ ଜଣ ଯୁବକ ଯଥା ଶିବ ପରିଡା, ପ୍ରମୋଦ ପ୍ରଧାନ, ଅଭିମନ୍ୟୁ ଓ ଅଳଙ୍କାର କ୍ରୟ କରିଥିବା ସୁନାରି କେ ରାମୁ ଆଚାରୀ ଉଠାଇ ନେଇ ଜେରା କରିବା ପରେ ସେମାନେ ଚୋରି ଘଟଣାରେ ଅନ୍ତର୍ଭୁକ୍ତ ବୋଲି ରାଜି ହୋଇଥିଲେ। ପୋଲିସ ସେମାନଙ୍କ ଠାରୁ ଏକ ଲକ୍ଷ ୫୮ ହଜାର ଟଙ୍କା ନଗଦ ସହ ୧୯୦ ଗ୍ରାମ ସ୍ବର୍ଣ୍ଣ ଅଳଙ୍କାର ଜବତ କରିଛନ୍ତି। ପରେ ପ୍ରକୃତ ହିତାଧିକାରୀଙ୍କୁ ଉକ୍ତ ଅଳଙ୍କାର ଫେରସ୍ତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଙ୍କ ଠାରୁ ଜଣାପଡିଛି।

Categories
ଆଜିର ଖବର

୨୦୨୧ କୁମ୍ଭ ମେଳା ନିମନ୍ତେ ୫ ହଜାର କୋଟି ଦାବି କଲେ ତ୍ରୀବେନ୍ଦ୍ର ସିଂ ରାଓ୍ବତ୍‌

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରୀବେନ୍ଦ୍ର ସିଂ ରାଓ୍ବତ୍ ୨୦୨୧ ମସିହାରେ ଅନୁଷ୍ଠିତ ହେବାକୁ ଥିବା କୁମ୍ଭ ମେଳା ନିମନ୍ତେ ୫ ହଜାର କୋଟି ଦାବି କରିଛନ୍ତି। ହରିଦ୍ବାରରେ ଅନୁଷ୍ଠିତ ଏହି ମେଳା ନିମନ୍ତେ ଏକ କାଳୀନ ୫ ହଜାର କୋଟିର ଅର୍ଥରାଶି ଦାବି କରିଛନ୍ତି। ରାଓ୍ବତ୍‌ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ନିଜର ଦାବି ଉପସ୍ଥାପନ କରିଥିଲେ। ଆସନ୍ତା କୁମ୍ଭ ମେଳାରେ ୧୫ କୋଟି ଶ୍ରଦ୍ଧାଳୁ ଯୋଗ ଦେବେ ବୋଲି ଜଣାପଡିଛି। ଏହି ଅର୍ଥ ରାଶି ୨୦୨୦ ସୁଦ୍ଧା ପ୍ରଦାନ କରିବା ପାଇଁ ସୀତାରମଣଙ୍କୁ ନିବେଦନ କରିଛନ୍ତି।

Categories
ଆଜିର ଖବର

ବାଇକ୍‌ରୁ ୧୫ ଲକ୍ଷ ଟଙ୍କା ଜବତ

ପୁରୀ ଜିଲା ବ୍ରହ୍ମଗିରିରେ ରବିବାର ଦିନ ବାଇକରୁ ୧୫ ଲକ୍ଷ ଟଙ୍କା ଜବତ ହୋଇଛି। ଗାଡ଼ି ଯାଞ୍ଚ ବେଳେ ଫ୍ଲାଇଙ୍ଗ ସ୍କ୍ୱାର୍ଡ଼ ଦ୍ୱାରା ଏହି ଟଙ୍କା ଜବତ ହୋଇଛି। ଟଙ୍କା କେଉଁଆଡ଼େ ଯାଉଥିଲା ସେନେଇ ପଚରାଉଚରା ଜାରି ରହିଛି। ସୂଚନା ଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ପାଇଁ ଆଚରଣ ବିଧି ଉଲଙ୍ଘନକୁ ଦୃଷ୍ଟିରେ ରଖି ସମସ୍ତ ଅଞ୍ଚଳରେ ଯାଞ୍ଚ ଚାଲିଛି। ନିର୍ବାଚନ ନିକଟତର ହେଉଥିବା ବେଳେ ପ୍ରତିଦିନ ଗାଡ଼ିରୁ ଟଙ୍କା ଜବତ ହେଉଛି। ସେହିପରି ଶନିବାର ଦିନ ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଗଡ଼ିଶାଗଦା ଥାନା ଅଞ୍ଚଳରୁ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ ହୋଇଛି। ଶନିବାର ବିଳମ୍ବିତ ରାତିରେ ଏକ କାର ମଧ୍ୟରୁ ଫ୍ଲାଇଙ୍ଗ ସ୍କ୍ୱାର୍ଡ଼ ଏହି ଟଙ୍କା ଜବତ କରିଥିବା ସୂଚନା ମିଳିଛି। ସେହିପରି କଣାସ ନିକଟରୁ ଫ୍ଲାଇଙ୍ଗ ସ୍କ୍ୱାର୍ଡ଼ ୮.୯୬ ଲକ୍ଷ ଟଙ୍କା ଜବତ କରିଥିଲା।

Categories
ଆଜିର ଖବର

ନିର୍ବାଚନ ପୂର୍ବରୁ ୧୪୩ କୋଟି ଟଙ୍କା ଜବତ

ନିର୍ବାଚନ ସମୟରେ ବିପୁଳ ପରିମାଣର ଟଙ୍କା କାରବାର ଉପର ରୋକ୍‌ ଲଗାଯାଇଛି। ସାରା ଦେଶରୁ ୧୪୩ କୋଟି ୪୭ ଲକ୍ଷ ଟଙ୍କା ଜବତ କରାଯାଇଛି। ଏ ନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ତାଲିକା ପ୍ରକାଶ ପାଇଛି। ମାର୍ଚ୍ଚ ୨୫ ତାରିଖ ଯାଏ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରୁ ୧୪୩ କୋଟି ୪୭ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହା ସହିତ ୮୯ କୋଟି ୬୪ ଲକ୍ଷ ଟଙ୍କାର ମଦ ଓ ୧୩୧ କୋଟି ୭୫ ଲକ୍ଷ ଟଙ୍କାର ନିଶାଦ୍ରବ୍ୟ ଜବତ ହୋଇଛି। ସେହିପରି ୧୬୨ କୋଟି ୯୩ ଲକ୍ଷ ଟଙ୍କାର ମୂଲ୍ୟ ଧାତୁ ମଧ୍ୟ ଜବତ କରାଯାଇଛି। ସେହିପରି ପ୍ରାୟ ୧୨.୨୦୨ କୋଟି ଟଙ୍କାର ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।