ବାଇକ୍‌ରୁ ୧୫ ଲକ୍ଷ ଟଙ୍କା ଜବତ

Published: Apr 21, 2019, 5:10 pm IST

ପୁରୀ ଜିଲା ବ୍ରହ୍ମଗିରିରେ ରବିବାର ଦିନ ବାଇକରୁ ୧୫ ଲକ୍ଷ ଟଙ୍କା ଜବତ ହୋଇଛି। ଗାଡ଼ି ଯାଞ୍ଚ ବେଳେ ଫ୍ଲାଇଙ୍ଗ ସ୍କ୍ୱାର୍ଡ଼ ଦ୍ୱାରା ଏହି ଟଙ୍କା ଜବତ ହୋଇଛି। ଟଙ୍କା କେଉଁଆଡ଼େ ଯାଉଥିଲା ସେନେଇ ପଚରାଉଚରା ଜାରି ରହିଛି। ସୂଚନା ଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ପାଇଁ ଆଚରଣ ବିଧି ଉଲଙ୍ଘନକୁ ଦୃଷ୍ଟିରେ ରଖି ସମସ୍ତ ଅଞ୍ଚଳରେ ଯାଞ୍ଚ ଚାଲିଛି। ନିର୍ବାଚନ ନିକଟତର ହେଉଥିବା ବେଳେ ପ୍ରତିଦିନ ଗାଡ଼ିରୁ ଟଙ୍କା ଜବତ ହେଉଛି। ସେହିପରି ଶନିବାର ଦିନ ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଗଡ଼ିଶାଗଦା ଥାନା ଅଞ୍ଚଳରୁ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ ହୋଇଛି। ଶନିବାର ବିଳମ୍ବିତ ରାତିରେ ଏକ କାର ମଧ୍ୟରୁ ଫ୍ଲାଇଙ୍ଗ ସ୍କ୍ୱାର୍ଡ଼ ଏହି ଟଙ୍କା ଜବତ କରିଥିବା ସୂଚନା ମିଳିଛି। ସେହିପରି କଣାସ ନିକଟରୁ ଫ୍ଲାଇଙ୍ଗ ସ୍କ୍ୱାର୍ଡ଼ ୮.୯୬ ଲକ୍ଷ ଟଙ୍କା ଜବତ କରିଥିଲା।

Related posts