Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫକୁ ନେଇ ବାଣପୁର-ବାଲୁଗାଁ ଏବିଭିପିର ବିକ୍ଷୋଭ
ଆଜିର ଖବର

ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫକୁ ନେଇ ବାଣପୁର-ବାଲୁଗାଁ ଏବିଭିପିର ବିକ୍ଷୋଭ

November 6, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ତରଫରୁ  ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରିପବ୍ଲିକ ଟିଭିର ଚିଫ ଏଡିଟର ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବା ଏବଂ ଘରୁ ଘୋଷାଡ଼ି ଘୋଷାଡ଼ି ନେବା ଘଟଣାକୁ ଏବିଭିପି ବାଣପୁର-ବାଲୁଗାଁ ନଗର ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ନିଜ ବାସଭବନରୁ ଅର୍ଣ୍ଣବ ଗୋସ୍ବାମୀଙ୍କୁ ବିନା ନୋଟିସରେ  ସକାଳୁ ସକାଳୁ ଗିରଫ କରିବା ମୌଳିକ ସ୍ୱାଧୀନତା ଉପରେ ଜରୁରୀକାଳୀନ ଆକ୍ରମଣ ଏବଂ ଫ୍ରିଡମ ଅଫ ସ୍ପିଚକୁ ହତ୍ୟା କରିଛି । ମୁକ୍ତ ଗଣମାଧ୍ୟମକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ଏହା ମହାରାଷ୍ଟ୍ର ସରକାରଙ୍କ ପ୍ରତିଶୋଧ ପରାୟଣ ପଦକ୍ଷେପ ଵୋଲି ବିବେଚିତ ହୋଇଛି। ମହାରାଷ୍ଟ୍ର ପୋଲିସ୍ ଦ୍ୱାରା ଅର୍ଣ୍ଣବଙ୍କୁ ଦୁର୍ବ୍ୟବହାର କରାଯାଇଥିଲା ଏବଂ ଜରୁରୀକାଳୀନ ସମୟରେ ଅନୁଭୂତ ହୋଇଥିବା ମୁକ୍ତ ସ୍ୱରର ନିଷ୍ଠୁର ଦମନ ପରି ଏହି ଘଟଣା ଘଟିଥିଲା ।

ପରିଷଦର ବାଣପୁର-ବାଲୁଗାଁ ନଗର ସମ୍ପାଦକ ବିକାଶ କୁମାର ସେଠୀ କହିଛନ୍ତି, “ଏହା ଆମର ମୌଳିକ ସ୍ୱାଧୀନତା ଉପରେ ଆକ୍ରମଣ। ଏକ ମାମଲା ସହ ଜଡିତ ଅର୍ଣ୍ଣବଙ୍କ ଗିରଫଦାରୀ କେବଳ ଗଣମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ତଥା ପ୍ରଭାବଶାଳୀ ସ୍ୱରକୁ ହଇରାଣ କରିବା ତଥା ଭୟଭୀତ କରିବା ପାଇଁ ପୁନଃ ଖୋଲାଯାଇଛି ଯାହା ଜରୁରୀକାଳୀନ ଦିନର ଅନ୍ଧକାର ସମୟକୁ ମନେ ପକାଇଛି”।  ଅସନ୍ତୋଷପୂର୍ଣ୍ଣ ସରକାରଙ୍କ ଦ୍ଵାରା ଅପରାଧୀକରଣକୁ ରୋକିବା ପାଇଁ ଏବିଭିପି ଅର୍ଣ୍ଣବଙ୍କ ଶୀଘ୍ର ମୁକ୍ତି ଦାବି କରିଛି। ନହେଲେ ଆଗାମୀ ଦିନରେ ଏବିଭିପି ତରଫରୁ ସାରା ଭାରତବର୍ଷରେ ଏହି  ଆନ୍ଦୋଳନକୁ ତୀବ୍ରରୁ ତୀବ୍ରତର କରାଯିବ ବୋଲି ନଗର ସହ ସମ୍ପାଦକ ବିବେକାନନ୍ଦ ଗଡ଼ନାୟକ ସୂଚନା ଦେଇଥିଲେ। ଅପରପକ୍ଷରେ ପ୍ରତିଟି ଛାତ୍ରସମାଜ ଅଗାମୀ ଦିନରେ ଏହାପାଇଁ ରାଜରାସ୍ତାକୁ ଓଲ୍ହାଇବା ସହ ଆନ୍ଦୋଳନକୁ ବ୍ୟାପକ ରୂପ ଦିଆଯିବ ବୋଲି ପରୋକ୍ଷରେ ଏବିଭିପି ଚେତେଇ ଦେଇଛି। ଏହି କାର୍ଯ୍ୟକ୍ରମରେ ଏବିଭିପି ବାଣପୁର  ଗୋଦାବରୀଶ ଜୁନିଅର୍ କଲେଜ କ୍ୟାମ୍ପସ ଶାଖା ସଭାପତି ପ୍ରିୟାଂଶୁ ପ୍ରଧାନ, ଆଶାତୀତ ସାହୁ, ଯୁକ୍ତ ତିନି ଶାଖା ସଭାପତି ବିଶ୍ୱଜିତ ବେହେରା, ଦୀପକ୍ ବେହେରା, ଶେଖର ପ୍ରଧାନ, ମିଲନ୍ ବେହେରା, ରାଜେଶ୍, ସଂଗ୍ରାମ ବେହେରା ଆଦି ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜକୋଟରେ ଟିମ୍ ଇଣ୍ଡିଆ ‘ସୁପର ଫ୍ଲପ୍’: ୭ ୱିକେଟରେ ପରାସ୍ତ କଲା ନ୍ୟୁଜିଲ୍ୟାଣ୍ଡ

January 14, 2026

ପବିତ୍ର ଉତ୍ତରାୟଣ ଅବସରରେ ଅହମ୍ମଦାବାଦ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ଅମିତ ଶାହ

January 14, 2026

ଛତିଶଗଡ଼ ଏବଂ ଓଡ଼ିଶା ଉପକ୍ଷେତ୍ରରେ ଦଶମ ପ୍ରତିରକ୍ଷା ବାହିନୀର ପୂର୍ବତନ ସୈନିକ ଦିବସ ପାଳନ

January 14, 2026

ନଅଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ଘୋଷଣାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 14, 2026
Latest News

ରାଜକୋଟରେ ଟିମ୍ ଇଣ୍ଡିଆ ‘ସୁପର ଫ୍ଲପ୍’: ୭ ୱିକେଟରେ ପରାସ୍ତ କଲା ନ୍ୟୁଜିଲ୍ୟାଣ୍ଡ

January 14, 2026

ପବିତ୍ର ଉତ୍ତରାୟଣ ଅବସରରେ ଅହମ୍ମଦାବାଦ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ଅମିତ ଶାହ

January 14, 2026

ଛତିଶଗଡ଼ ଏବଂ ଓଡ଼ିଶା ଉପକ୍ଷେତ୍ରରେ ଦଶମ ପ୍ରତିରକ୍ଷା ବାହିନୀର ପୂର୍ବତନ ସୈନିକ ଦିବସ ପାଳନ

January 14, 2026

ନଅଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ଘୋଷଣାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 14, 2026

ଜାନୁଆରୀ ୧୬ରେ ଇଗ୍ନୋ ବିଦ୍ୟାର୍ଥୀମାନଙ୍କ ପାଇଁ ଅନଲାଇନ୍ ପରିଚୟ ଅଧିବେଶନ

January 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.