
ଭୁବନେଶ୍ବର: ଆଜି ଭୁବନେଶ୍ୱରରୁ ୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ୧୩ ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୪୮ ଜଣ ଲୋକାଲ କେସ ଅଛନ୍ତି। ସେହିଭଳି ଆଜି ୯୧ ଜଣ କରୋନା ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ।
ଭୁବନେଶ୍ୱରରୁ ମୋଟ ୨୯ ହଜାର ୫୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮ ହଜାର ୪୮୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ୮୯୯ ଜଣ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୧୭୭ ଜଣଙ୍କର ମୃତ୍ୟୁ ହୋଇଛି।