ପୋଲ ତଳେ ହୋଟେଲ ମିସ୍ତ୍ରୀଙ୍କ ମୃତ ଦେହ: ହତ୍ୟା ସନ୍ଦେହ

Published: Nov 6, 2020, 7:32 pm IST

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ରେଢାଖୋଲ ଥାନା କୁଟାସିଂହା ଗ୍ରାମର ଏକ ଢାବା ପଛ ପଟୁ ଜନୈକ ମିସ୍ତ୍ରୀର ମୃତ ଦେହକୁ ଏକ ପୋଲ ପାଖରେ ଝୁଲିକି ରହି ଥିବାର ପୋଲିସ୍ ସୂତ୍ରରୁ ଜଣାପଡିଛି।

ପ୍ରକାଶ ଯେ ,ଅନୁଗୋଳ ଜିଲ୍ଲା ଜରପଡା ଥାନା ମରାତିରା ଗ୍ରାମର କୁତାର୍ଥ ସ୍ୱାଇଁ (୬୫) ନାମକ ବୃଦ୍ଧଙ୍କ ମୃତ ଦେହ ରେଢାଖୋଲ ଥାନା ଲୁହାପଙ୍କ ପଂଚାୟତର କୁଟାସିଂହା ଗ୍ରାମର ମାହେଶ୍ୱରୀ ହୋଟେଲ ପଛପଟେ ଥିବା ଏକ ପୋଲରେ ଝୁଲିକି ଥିବାର ରେଢାଖୋଲ ପୋଲିସ୍ ସୂତ୍ରରୁ ପ୍ରକାଶ। ଆସନ୍ତା କାଲି ସମ୍ବଲପୁରରୁ ସାଇଂଟିଫିକ୍ ଟିମ୍ ଆସି ତଦନ୍ତ କରିବେ ବୋଲି ପୋଲିସ୍ ସୂତ୍ରରୁ ଜଣାପଡିଛି। ଯାହା ଜଣା ପଡୁଛି ମାହେଶ୍ୱରୀ ହୋଟେଲ ରେ ମିସ୍ତ୍ରୀ ଭାବରେ କାମ କରୁଥିଲେ ମୃତ ବ୍ୟକ୍ତି ଜଣଙ୍କ। ଆସନ୍ତାକାଲି ମୃତ ବ୍ୟକ୍ତିର ଶବକୁ ଜବତ କରାଯିବ ବୋଲି ପୋଲିସ୍ କହିଛି। ପୋଲିସ୍ ଏହାର ତଦନ୍ତ କରୁଥିବା ଜଣା ପଡିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ହତ୍ୟାକାଣ୍ଡର କୌଣସି ସୂରାକ ପାଇ ପାରି ନାହିଁ ରେଢାଖୋଲ ପୋଲିସ୍।

ସୂଚନା ଯୋଗ୍ୟ ଯେ ୨ ମାସ ତଳେ ଏହି ଢାବା ପଛପାଖରେ ଜଣଙ୍କୁ କେହି ଜଣେ ମାରି ପକାଇଥିଲା। ପୋଲିସ୍ ଏହାର କୌଣସି ଖୁଦ୍‌ଖବର୍ ପାଇ ପାରି ନ ଥିଲା। ଏମିତି କୁଟାସିଂହା ଅଂଚଳରେ ବାରମ୍ବାର ଅପରାଧୀମାନଙ୍କର ଦୌରାତ୍ୟ୍ମ ବଢିଚାଲିଛି। ପୋଲିସ୍ ରାତ୍ରିକାଳୀନ ପେଟ୍ରୋଲିଙ୍ଗ୍ କଲେ ସେ ଅଂଚଳରେ ଅପରାଧିକ କାର୍ଯ୍ୟକଳାପ ବଢନ୍ତା ନାହିଁ ବୋଲି ଅଂଚଳବାସୀ ଦାବୀ କରୁଛନ୍ତି।

Related posts