ରାଉରକେଲା-ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନର ଚଳାଚଳରେ କରାଗଲା ଏକ ବଡ ପରିବର୍ତ୍ତନ

Published: Nov 6, 2020, 8:02 pm IST

ଭୁବନେଶ୍ବର, ରାଉରକେଲା-ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ ସପ୍ତାହକୁ ପାଞ୍ଚଦିନ ଚାଲୁଥିଲା। ହେଲେ ଏହା ନଭେମ୍ବର ମାସ ୭ ତାରିଖ ଠାରୁ ଡିସେମ୍ବର ମାସ ୩୧ ତାରିଖ ପର୍ଯ୍ୟନ୍ତ ସବୁଦିନ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

02861/02862 ରାଉରକେଲା-ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ ରାଉରକେଲାରୁ ସକାଳ ୦୫ଘ.୧୦ମି.ରେ ଛାଡି ଭୁବନେଶ୍ୱରରେ ଅପରାହ୍ନ ୧୨ଘ.୩୦ମି.ରେ ପହଞ୍ଚିବ। ଫେରିବା ପଥରେ, 02862 ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ ଭୁବନେଶ୍ୱରରୁ ଅପରାହ୍ନ ୨ଘ.୧୦ମି. ରେ ଛାଡି ରାଉରକେଲାରେ ରାତ୍ର ୯ଘ.୪୦ମି.ରେ ପହଞ୍ଚିବ।

ଏହି ବିଶେଷ ଟ୍ରେନ ପୂର୍ବରୁ ୮ ଟି କୋଚ ପରିବର୍ତ୍ତେ ଏବେ ୧୦ କୋଚ ସହିତ ଚଳାଚଳ କରିବ। ଏହି ଟ୍ରେନ ରେ ଗୋଟିଏ ଏସି-ଚେୟାର କାର ଏବଂ ଗୋଟିଏ ଦ୍ୱିତୀୟ ଶ୍ରେଣୀ ଚେୟାର କାର ଅତିରିକ୍ତ ସଂଯୋଗ ପରେ ଏହା ୦୨ଟି ଏସି ଚେୟାର୍ କାର୍, ୦୬ଟି ସେକେଣ୍ଡ୍ କ୍ଲାସ୍ ଚେୟାର୍ କାର୍ ଏବଂ ୦୨ଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ସହିତ ଚଳାଚଳ କରିବ।

ଏହି ଟ୍ରେନ୍ ଉଭୟ ଦିଗରୁ ରାଉରକେଲା ଏବଂ ଭୁବନେଶ୍ୱର ମଧ୍ୟରେ ରାଜଗାଙ୍ଗପୁର, ବମରା, ଝାରସୁଗୁଡା, ରେଙ୍ଗାଲୀ, ସମ୍ବଲପୁର ସିଟି, ରେଢ଼ାଖୋଲ, ବଇଣ୍ଡା, ଅନୁଗୁଳ, ତାଲଚର ରୋଡ୍, ଢେଙ୍କାନାଳ ଏବଂ ନରାଜ ମାର୍ଥାପୁର ଷ୍ଟେସନ ମାନଙ୍କରେ ରହଣି କରିବ ।

Related posts