ଆଜି ରାଜ୍ୟରୁ ଆରୋଗ୍ୟ ଲାଭ କଲେ ଆଉ ୧ ହଜାର ୬୪୧ ଜଣ କରୋନା ଆକ୍ରାନ୍ତ

Published: Nov 6, 2020, 8:03 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୬୪୧ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।  ଖୋର୍ଦ୍ଧାରୁ ସର୍ବାଧିକ ୧୮୨ ଜଣ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୧୪୯, ଜଗତସିଂହପୁରରୁ ୧୨୨, କଟକରୁ ୧୦୯, ଅନୁଗୁଳରୁ ୮୪, ସୁନ୍ଦରଗଡରୁ ୮୩, ବଲାଙ୍ଗିରିରୁ ୭୮, ବାଲେଶ୍ବରରୁ ୭୬, କେନ୍ଦ୍ରାପଡାରୁ ୬୩, କେନ୍ଦୁଝରରୁ ୫୬, ମାଲକାନଗିରିରୁ ୫୪, କୋରାପୁଟରୁ ୫୧, କଳାହାଣ୍ଡିରୁ ୪୮, ନୂଆପଡାରୁ ୪୮, ପୁରୀରୁ ୪୭, ନବରଙ୍ଗପୁରରୁ ୪୨, ବରଗଡରୁ ୩୯, ନୟାଗଡରୁ ୩୩, ଢେଙ୍କାନାଳରୁ ୩୨, ଗଞ୍ଜାମରୁ ୩୨, ଝାରସୁଗୁଡାରୁ ୩୨, ସମ୍ବଲପୁରରୁ ୨୯, ଭଦ୍ରକରୁ ୨୫, ଯାଜପୁରରୁ ୨୨, ସୋନପୁରରୁ ୧୮, ବୌଦ୍ଧରୁ ୧୭, ଦେବଗଡ଼ରୁ ୧୩, କନ୍ଧମାଳରୁ ୧୨, ରାୟଗଡାରୁ ୮, ଗଜପତି ରୁ ୪ ଏବଂ ଷ୍ଟେଟ ପୁଲରୁ ୩୩ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୮୫ ହଜାର ୧୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୮ ହଜାର ୭୬୮ ମଧ୍ୟରୁ ୧୨ ହଜାର ୧୪୮ ଜଣ ଚିକିତ୍ସିଧୀନ ଥିବା ବେଳେ ୧୩୯୩ ଜଣ କରୋନାରେ ମୃତ୍ୟୁବରଣ କରଛନ୍ତି।

 

Related posts