Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତିନି ଥର ମୁଖ୍ୟମନ୍ତ୍ରୀ ହୋଇ ବି କୁଡିଆରେ ରହୁଥିଲେ ଭୋଲା ପାଶଓ୍ବାନ ଶାସ୍ତ୍ରୀ, ଜାଣନ୍ତୁ ବିହାର ରାଜନୀତିରେ ଅଜଣା ହୋଇ ରହିଥିବା ଜଣେ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ
ଆଜିର ଖବର

ତିନି ଥର ମୁଖ୍ୟମନ୍ତ୍ରୀ ହୋଇ ବି କୁଡିଆରେ ରହୁଥିଲେ ଭୋଲା ପାଶଓ୍ବାନ ଶାସ୍ତ୍ରୀ, ଜାଣନ୍ତୁ ବିହାର ରାଜନୀତିରେ ଅଜଣା ହୋଇ ରହିଥିବା ଜଣେ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ

November 7, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ବିହାର : ବିହାର ନିର୍ବାଚନର ଆଜି ହେଉଛି ଅନ୍ତିମ ଚରଣ । ବିହାରରେ ଜାତିକୁ ନେଇ ଏକ ଅଲଗା ପ୍ରକାରର ରାଜନୀତି । ବିହାରରେ ଜାତି ଆଧାରରେ ଭୋଟ୍‌ ବଣ୍ଟା ଯାଇଥାଏ । ତେବେ ଆପଣ ଶୁଣି କରି ଆଶ୍ଚର୍ଯ୍ୟ ହେବେ ଯେ ରାଜ୍ୟର ଜଣେ ଦଳିତ ତିନି ତିନି ଥର ମୁଖ୍ୟମନ୍ତ୍ରୀ ହେବା ସତ୍ତ୍ବେ ବି ଆଜିବି ସମସ୍ତଙ୍କୁ ଅଜଣା ହୋଇ ରହିଛନ୍ତି । ବିହାରରେ ତିନି ଥର ମୁଖ୍ୟମନ୍ତ୍ରୀ ହୋଇ ଆଜି ବି ସମସ୍ତଙ୍କୁ ଅଜଣାରେ ରହିଥିବା ମୁଖ୍ୟମନ୍ତ୍ରୀ ହେଉଛନ୍ତି ଭୋଲା ପାଶଓ୍ବାନ ଶାସ୍ତ୍ରୀ । 1968 ମସିହାରେ ପ୍ରଥମ ଥର ପାଇଁ ସେ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲା । ତେବେ ସେ ସେହି ସମୟରେ ମାତ୍ର ତିନି ମାସ ପାଇଁ ମୁଖ୍ୟମନ୍ତ୍ରୀ ପଦବୀରେ ରହିଥିଲେ । ଏହାପରେ ସେ 1969 ମସିହାରେ 13 ଦିନ ପାଇଁ 1971 ମସିହାରେ 7 ମାସ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। 1973 ମସିହାରେ ଇନ୍ଦିରା ଗାନ୍ଧିଙ୍କ ସରକାରରେ ଭୋଲା ପାଶଓ୍ବାନ ଶାସ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ରହିଥିଲେ ।  ତେବେ ତାଙ୍କ ନିଜ ଗ୍ରାମ ବୈରଗାଛୀରେ ଆଜି ବି ଲୋକେ ତାଙ୍କୁ ସମ୍ମାନ ଦେଉଛନ୍ତି।

ତିନି ତିନି ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ସତ୍ତ୍ବେ ଭୋଲା ପାଶଓ୍ବାନ ସମସ୍ତ ପ୍ରକାରର ସୁଖ-ସୁବିଧାକୁ ପ୍ରତ୍ୟାଖ୍ୟାନ କରିଥିଲେ । ମୁଖ୍ୟମନ୍ତ୍ରୀ ହେବା ପରେ ବି ସେ କୁଡିଆରେ ରହିବା ସହ ତଳେ ଶୋଉଥିଲେ ।  ସେହିପରି ତାଙ୍କ ଗ୍ରାମ ମଧ୍ୟ ଆଜି ବି ଅବେହଳିତ ଅବସ୍ଥାରେ ରହିଛି । ଯଦିଓ ଗ୍ରାମକୁ ସଡକ ଓ ବିଜୁଳି ଯାଇଛି । କିନ୍ତୁ ରୋଜଗାର ନାହିଁ । ଆଜି ବି ଏହି ଗ୍ରାମର ଲୋକେ ଅବେହଳିତ । ପେଟ ପୋଷିବା ପାଇଁ ନିଜ ଭିଟାମାଟି ଛାଡୁଛନ୍ତି । ଭୋଳା ପାଶଓ୍ବାନଙ୍କ ପରି ତାଙ୍କ ଗ୍ରାମ ବି ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଛି । ଶାସ୍ତ୍ରୀଙ୍କ ପୈତୃକ ଘର ସାମ୍ନାରେ ଏକ ବୋର୍ଡ ଲାଗିଛି ଯେଉଁଥିରେ ‘ଭୋଲା ପାଶଓ୍ବାନ ଶାସ୍ତ୍ରୀ ଗ୍ରାମ’ ବୋଲି ଲେଖା ଅଛି । ଏତଦ୍‌ବ୍ୟତୀତ ଏହାର ନିକଟରେ ଏକ ସାମୁଦାୟିକ ଭବନ ରହିଛ । ଏହି ଭବନକୁ ଶାସ୍ତ୍ରୀଙ୍କ ସମ୍ମାନରେ  ବିଧାୟକ ଲେଶୀ ସିଂହ ନିର୍ମାଣ କରିଥିଲେ । ଭୋଲା ପାଶଓ୍ବାନ ଭବନ ନିକଟରେ ତାଙ୍କ ପରିବାର ରହୁଛନ୍ତି । ତାଙ୍କ ପରିବାର ଏବେବି ଅବେହଳିତ ଅବସ୍ଥାରେ ରହିଛନ୍ତି ।

ବିହାରର ଅନ୍ୟ ପଛୁଆ ଅଞ୍ଚଳ ପରି ଶାସ୍ତ୍ରୀଙ୍କ ଗ୍ରାମ ମଧ୍ୟ ବେରୋଜଗାର ସମସ୍ୟାରେ ସମ୍ମୁଖୀନ ହେଉଛି । ଗ୍ରାମରେ ଅଧିକାଂଶ ଲୋକେ ଶ୍ରମିକ ଶ୍ରେଣୀର। ଭୋଲା ପାଶଓ୍ବାନ ଶାସ୍ତ୍ରୀଙ୍କର କୌଣସି ଝିଅ କି ପୁଅ ନାହାନ୍ତି । ତାଙ୍କ ପରିବାରର ଅନ୍ୟ ଲୋକମାନେ ଆଜି ବି ମୂଲ ଲାଗି ପେଟ ପୋଷୁଛନ୍ତି । ଲକ୍‌ଡାଉନ୍‌ ସମୟରେ ଯେତେବଳେ ପାଶଓ୍ବାନ୍ ପରିବାରର  ଭୋକ ସହ ସଂଘର୍ଷର କାହାଣୀ ଟିଭିରେ ପ୍ରଦର୍ଶିତ ହୋଇଥିଲା, ଏହାକୁ ଦେଖି  କିଛି ନେତା ଆର୍ଥିକ ସାହାଯ୍ୟ କରିବା ପାଇଁ ଆସିଥିଲେ କିନ୍ତୁ ତାଙ୍କ ପରିବାର ସେହି ସ୍ଥାନ ଛାଡି ପୂର୍ଣ୍ଣିଆ ଯାଇଥିଲେ ରୋଜଗାର ପାଇଁ ।ଏବେବି  ଏହି ଗ୍ରାମରେ ଲୋକମାନେ ରୋଜଗାର ପାଇଁ ବିହାରରୁ ବାହାରକୁ ଯାଉଛନ୍ତି । ତେବେ ଏଠାରେ ଏକ ସରକାରୀ ସ୍କୁଲ ରହିଛି । ଗ୍ରାମକୁ ପକ୍କା ସଡକ ଓ ବିଜୁଳି ଅଛି କିନ୍ତୁ ରୋଜଗାର ନାହିଁ । ଲୋକେ ପେଟ ପୋଷିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି । ଗତ ନିର୍ବାଚନରେ ଏଠାରୁ ଜେଡିୟୁ ପ୍ରାର୍ଥୀ ଲେଶୀ ସିଂହ ବିଜୟୀ ହୋଇଥିଲେ ।

ନିର୍ବାଚନୀ ଆସେ, ଯାଏ । କ୍ଷମତା ବଦଳେ, କିନ୍ତୁ ଲୋକଙ୍କ ସ୍ଥିତି ବଦଳେ ନାହିଁ । ବିହାର ରାଜନୀତିରେ କ୍ଷମତା ପ୍ରଭୁତ୍ବ ଅଧିକ । ନିର୍ବାଚନରେ ଜିତିବା ପାଇଁ ସମେସ୍ତ ଜନତାଙ୍କୁ ପ୍ରତିଶ୍ରୁତିରେ ବାନ୍ଧି ଦିଅନ୍ତି,  କିନ୍ତୁ ନିର୍ବାଚନୀ ବୈତରଣୀ ପାର୍‌ ହେବା ପରେ ସତ୍ତାର ମୋହରେ ଶାସକ ଅନ୍ଧ ହୋଇଯା’ନ୍ତି । ବିକାଶ କେବଳ କଥାରେ ହିଁ ରହିଯାଏ । ଚଳିତ ବିହାର ନିର୍ବାଚନରେ ପରିବର୍ତ୍ତନ ହେବ ନା ପୁଣି ସେଇ ସତ୍ତାର ମୋହରେ ଶାସକ ଅନ୍ଧ ହେବ, ତାହା ସମୟ କହିବ ।

bihar politics
Share. Facebook Twitter LinkedIn Email WhatsApp Copy Link

Related Posts

ଆପଣଙ୍କ ଶରୀରରେ ଆଇରନ ପରିମାଣ କମ୍ ଅଛି କି, ତେବେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ

April 21, 2026

ଦିନିକିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

April 21, 2026

ଆଜି ମଙ୍ଗଳବାର ଏପ୍ରିଲ ୨୧ ତାରିଖ କିପରି ରହିବ ଦିନଟି, ଜାଣନ୍ତୁ ନିଜର ରାଶିଫଳ

April 21, 2026

ଟିଏମସି ଏବଂ ବିଜେପି ମଧ୍ୟରେ ଲଢ଼େଇର ଶିକାର ହେଉଛନ୍ତି ଯୁବଗୋଷ୍ଠୀ

April 21, 2026
Latest News

ଆପଣଙ୍କ ଶରୀରରେ ଆଇରନ ପରିମାଣ କମ୍ ଅଛି କି, ତେବେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ

April 21, 2026

ଦିନିକିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

April 21, 2026

ଆଜି ମଙ୍ଗଳବାର ଏପ୍ରିଲ ୨୧ ତାରିଖ କିପରି ରହିବ ଦିନଟି, ଜାଣନ୍ତୁ ନିଜର ରାଶିଫଳ

April 21, 2026

ଟିଏମସି ଏବଂ ବିଜେପି ମଧ୍ୟରେ ଲଢ଼େଇର ଶିକାର ହେଉଛନ୍ତି ଯୁବଗୋଷ୍ଠୀ

April 21, 2026

ଚାଷୀଙ୍କୁ ମିଳିଲା ସିଏମ କିଷାନ ଟଙ୍କା

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.