ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1425 ଟପିଲା

Published: Nov 8, 2020, 12:17 pm IST

ଭୁବନେଶ୍ବର: ରାଜ୍ୟରେ ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଓ ସମ୍ବଲପୁର ଜିଲ୍ଲାରୁ ତିନିଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବଲାଙ୍ଗିର, ବରଗଡ ଜିଲ୍ଲାରୁ 2 ଜଣ  ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି କଟକ ସୁନ୍ଦରଗଡ, ଝାରସୁଗୁଡା, ଗଞ୍ଜାମ, ଦେବଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନୂତନ ମୃତକଙ୍କ ମିଶାଇରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 1425 ବୃଦ୍ଧି ହୋଇଛି।

ଖୋର୍ଦ୍ଧାରୁ ଆଜି 3 ଜଣଙ୍କର ମୃତ୍ୟୁ ହୋଇଥିବାବେଳ ଖୋର୍ଦ୍ଧା ଜିଲ୍ଲାରୁ 65 ବର୍ଷୀୟ ପୁରୁଷ ରହିଥିବାବେଳେ ଅନ୍ୟ ଦୁଇ ଜଣଙ୍କ ମଧ୍ୟରେ ଭୁବନେଶ୍ବରର 59 ବର୍ଷ ଓ 45 ବର୍ଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ସମ୍ବଲପୁରରୁ 63 ବର୍ଷୀୟ ପୁରୁଷ, 72 ବର୍ଷୀୟ ପୁରୁଷ, 65 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ବରଗଡରୁ 70- ବର୍ଷ ଓ 34 ବର୍ଷ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ବଲାଙ୍ଗିରରୁ 39 ବର୍ଷୀୟ ବ୍ୟକ୍ତି ଓ 45 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସେହିପରି କଟକରୁ 86 ବର୍ଷୀୟ ବ୍ୟକ୍ତି, ଗଞ୍ଜାମରୁ 62 ବର୍ଷୀୟ ବ୍ୟକ୍ତି, ଦେବଗଡରୁ 68 ବର୍ଷୀୟ ବ୍ୟକ୍ତି, ଝାରସୁଗୁଡାରୁ 77 ବର୍ଷୀୟ ପୁରୁଷ ଓ ସୁନ୍ଦରଗଡରୁ 50 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି

Related posts