ଓଡିଶାରେ ଖସୁଛି ପାରଦ, ସୋନପୁର ସହିତ 4ଟି ସ୍ଥାନରେ ସର୍ବାଧିକ ଶୀତ

Published: Nov 9, 2020, 10:22 am IST

ଭୁବନେଶ୍ବରେ, ଗତ କିଛି ଦିନ ଧରି ସାରା ଓଡିଶାରେ ଶୀତ ଅନୁଭୂତ ହେବାରେ ଲାଗିଛି। ଏହି ଶୀତ ଆଉ ଗୋଟିଏ ଦିନ ହେବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏହାପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ। ତେବେ ଗତକାଲିର ତାପମାତ୍ରା ଏନୁସାରେ ସୋନପୁରରେ ସର୍ବାଧିକ ଶୀତ ଅନୁଭୂତ ହୋଇଛି। ପାଣିପାଗର ରେକର୍ଟ ଅନୁସାରେ ସୋନପୁରରେ ତାପମାତ୍ରା ଥିଲା 9.6 ଡିଗ୍ରୀ। ସେହିପରି ଫୁଲବାଣୀ ଓ ଦାରିଙ୍ଗୀବାଡିରେ 10.5, ଅନୁଗୁଳରେ 11, କୋରାପୁଟରେ 11.6, ଭବାନୀପାଟଣାରେ 12.2 ତାପମାତ୍ରା ରହିଛି। ଭୁବନେଶ୍ବର, ପୁରୀ, ବାଲେଶ୍ବରର ତାପମାତ୍ରା 18.00 ଡିଗ୍ରୀ ଥିଲା।

Related posts