Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର» ନାଚୁଣୀରେ ଅଭାବନୀୟ ଘଟଣା : ଜଳାଶୟରେ ବୁଡି ନାବାଳକ ମୃତ
ଆଜିର ଖବର

 ନାଚୁଣୀରେ ଅଭାବନୀୟ ଘଟଣା : ଜଳାଶୟରେ ବୁଡି ନାବାଳକ ମୃତ

November 9, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର :  ଗତକାଲି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ଟାଙ୍ଗୀ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି ଯେଉଁଥିରେ ଜଳାଶୟରେ ବୁଡି  ପ୍ରାଣ ହରାଇଛନ୍ତି ଜଣେ ନାବାଳକ। ସୂଚନା ମୁତାବକ ଗତକାଲି ଦିବା ୧୧ ଘଟିକା ସମୟରେ ନାଚୁଣୀ ଟାଙ୍ଗୀ ସାହିର ପ୍ରଫୁଲ୍ଲ ମହାରଣା ଙ୍କ ପୁତ୍ର ଦେବାଶିଷ ମହାରଣା(୪) ଗ୍ରାମର ଅନ୍ୟଜଣେ ନାବାଳକଙ୍କ ସହ ନିକଟସ୍ଥ ଖଣି ଅଞ୍ଚଳକୁ ଶୌଚ ପାଈଁ ଯାଇଥିଲେ । ହେଲେ ଶୌଚ  ସାରି ଘରକୁ ଫେରିବା ସମୟରେ ଅସାବଧାନତା ବଶତଃ ଦେବାଶିଷ ଙ୍କ ଗୋଡ ଖସିଯିବାରୁ ସେ ନିକଟସ୍ଥ ଜଳାଶୟ ଭିତରେ ପଡ଼ି ବୁଡିଯାଇଥିଲେ। ଏହା ଦେଖି ସଙ୍ଗେ ସଙ୍ଗେ ଅନ୍ୟ ନାବାଳକ ଜଣକ ଦୌଡ଼ି ଯାଇ ଦେବାଶିଷଙ୍କ ଜେଜେମା ଙ୍କୁ ଜଣାଇଥିଲେ ଏବଂ ପରବର୍ତୀ ସମୟରେ ତାଙ୍କ ଜେଜେବାପା ରାଜକିଶୋର ମହାରଣା ଏବଂ ଅନ୍ୟମାନେ ଜଳାଶୟ ନିକଟରେ ପହଁଚିଲା ବେଳକୁ ଦେବାଶିଷ ଙ୍କ ଶରୀର ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ।

ଗ୍ରାମବାସୀ ମାନେ ପାଣିରୁ ଦେବାଶିଷ ଙ୍କୁ  ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ  ନେଲାପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଗତକାଲି ରାତିରେ ତାଙ୍କ ପରିବାରବର୍ଗ ଏ ନେଇ ନାଚୁଣୀ ଫାଣ୍ଡିରେ  ଜଣାଇବାପରେ ବାଣପୁର ପୋଲିସ ଏ ସଂକ୍ରାନ୍ତରେ କେସ ନମ୍ବର  ୨୬/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ଜବତ କରି ଆଜି ବ୍ୟବଛେଦ ପାଇଁ ପଠାଇଦେଇଛି। ଦେବାଶିଷ ଙ୍କ ପରିବାର  ଅତି ଗରିବ ଶ୍ରେଣୀର ହୋଇଥିବାସ୍ଥଳେ  ତାଙ୍କ ପିତା ଜଣେ  ଦିବ୍ୟାଙ୍ଗ ଏବଂ  ବର୍ତ୍ତମାନ ରୋଜଗାର ଆଶାରେ ସୁଦୂର ମୁମ୍ବାଇରେ ଦାଦନ ଖଟୁଛନ୍ତି । ସରକାରଙ୍କ  ତରଫରୁ ତାଙ୍କ ପରିବାରକୁ  ଆର୍ଥିକ ସହାୟତା ଯୋଗାଇଦେବାପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

 

 

Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ ହସ୍ପିଟାଲ୍‌-୨ରେ ରାଡିଏଲ୍ ଇବିୟୁଏସ୍‌-ଗାଇଡେଡ୍ କ୍ରାୟୋବାୟୋପ୍ସି ପ୍ରକ୍ରିୟାରେ ଚିକିତ୍ସା: ଓଡ଼ିଶାରେ ପ୍ରଥମ

October 6, 2025

ନୂଆପଡାରେ ୧୧୦୦ରୁ ଅଧିକ କୋଟି ଟଙ୍କାର ୯୫୭ ପ୍ରକଳ୍ପର ଶୁଭାରମ୍ଭ ଓ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

October 6, 2025

କାଶ ସିରପର ଗୁଣବତ୍ତା ଏବଂ ଯୁକ୍ତିସଂଗତ ବ୍ୟବହାରକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଉଚ୍ଚସ୍ତରୀୟ ବୈଠକ

October 6, 2025

ରାହୁଲ ଦ୍ରାବିଡଙ୍କ ପୁଅ ଅନବୟଙ୍କ ଚମତ୍କାର ପ୍ରଦର୍ଶନ!: ଦ୍ୱିତୀୟ ଥର ପାଇଁ ଜିତିଲେ KSCA ପୁରସ୍କାର

October 6, 2025
Latest News

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଜନଶୁଣାଣି ଶିବିର

October 6, 2025

ସମ୍ ହସ୍ପିଟାଲ୍‌-୨ରେ ରାଡିଏଲ୍ ଇବିୟୁଏସ୍‌-ଗାଇଡେଡ୍ କ୍ରାୟୋବାୟୋପ୍ସି ପ୍ରକ୍ରିୟାରେ ଚିକିତ୍ସା: ଓଡ଼ିଶାରେ ପ୍ରଥମ

October 6, 2025

ନୂଆପଡାରେ ୧୧୦୦ରୁ ଅଧିକ କୋଟି ଟଙ୍କାର ୯୫୭ ପ୍ରକଳ୍ପର ଶୁଭାରମ୍ଭ ଓ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

October 6, 2025

ବିହାର ବିଧାନସଭା ନିର୍ବାଚନ ଦିନ ହେବ ଓଡିଶାର ନୂଆପଡା ଉପନିର୍ବାଚନ: ଜାଣନ୍ତୁ ତାରିଖ

October 6, 2025

ଘୋଷଣା ହେଲା ବିହାର ବିଧାନସଭା ନିର୍ବାଚନ ତାରିଖ, ଜାଣନ୍ତୁ କେଉଁଦିନ କଣ ଅଛି

October 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.