ଭଦ୍ରକ : ନିଆଁରେ ପୋଡ଼ି ହୋଇ ତିନି ଓଏସ୍ଏପି ଯବାନ ଗୁରୁତର ହୋଇପଡ଼ିଛନ୍ତି। ଗୁରୁତରମାନେ ହେଲେ ପୁରୁଣା ବଜାର ଥାନାରେ ଡ୍ୟୁଟି କରୁଥିବା ତିନି ଓଏସ୍ଏପି ଯବାନ । ଗୁରୁତର ଅବସ୍ଥାରେ ତିନି ଯବାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଶରୀରର ବହୁ ଅଂଶ ପୋଡ଼ିଯାଇଛି। ଗୁରୁତର ତିନି ଓଏସ୍ଏପି ଯବାନ ବାରିପଦା 5ମ ବାଟାଲିୟନର ବୋଲି ସୂଚନା ମିଳିଛି। ରାତିରେ ଶୋଇଥିବା ବେଳେ ମଶା ଧୂପରୁ ନିଆଁ ଲାଗି ଏପରି ପରିସ୍ଥିତି ଉପୁଜିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।