ବାଣ ବିକ୍ରି ଓ ବ୍ୟବହାର ଉପରେ କଟକଣା ଜାରି କଲା ଏନ୍‌ଜିଟି

Published: Nov 9, 2020, 1:20 pm IST

ଭୁବନେଶ୍ୱର: ବାଣ ବିକ୍ରି ଓ ବ୍ୟବହାର ଉପରେ ଏନଜିଟି ପକ୍ଷରୁ ରୋକ ଲଗାଯାଇଛି। ବାଣ ବିକ୍ରି ଓ ବ୍ୟବହାର ଉପରେ ରୋକ୍‌ ଲଗାଇଛି ଏନ୍‌ଜିଟି। ଏନସିଆର ଦିଲ୍ଲୀରେ ନଭେମ୍ବର 10ରୁ  ନଭେମ୍ବର 30 ପର୍ଯ୍ୟନ୍ତ ବାଣ ବିକ୍ରି ଓ ବ୍ୟବହାର ଉପରେ ରୋକ ଲଗାଯାଇଛି । ବାଣ ବିକ୍ରି ଓ ବ୍ୟବହାରକୁ ସମ୍ପୂର୍ଣ୍ଣଭାବେ ବ୍ୟାନ କରାଯାଇଛି। ଶୀତ ସମୟରେ ବାୟୁ ପ୍ରଦୂଷଣ  ଅଧିକ ହେଉଥିବାରୁ ଏନଜିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । କେବଳ ସେତିକି ନୁହେଁ ଦେଶର ଯେଉଁ ସବୁ ସହରରେ ବାୟୁ ପ୍ରଦୂଷଣ ଉତ୍କଟ ହୋଇ ରହିଛି ସେଠି ବି ଏହି କଟକଣା ଜାରି କରାଯାଇଛି। କରୋନା ସମୟରେ ଲୋକେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଭିତରେ ଗତି କରୁଛନ୍ତି। ବିଶେଷ କରି ଫୁସଫୁସ ରୋଗର ଅଧିକ ଶିକାର ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବାଣ ବିକ୍ରି ଓ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ତେବେ ସହରରେ ସବୁଜ ବାଣ ବିକ୍ରି ହୋଇପାରିବ । ଦୁଇ ଘଣ୍ଟା ପାଇଁ ସବୁଜ ବାଣ ବିକ୍ରି ଓ ଫୁଟାଯାଇପାରିବ ବୋଲି ଏନ୍‌ଜିଟି ସୂଚନା ଦେଇଛି ।ଓଡିଶାରେ ମଧ୍ୟ ଅନୁରୂପ କଟକଣା ଜାରି କରାଯାଇଛି ।

Related posts