ପାଟନା : ବିହାରର ବାଜି କିଏ ମାରିବ । ରାଜ୍ୟର 243ଟି ବିଧାନସଭା ଆସନ ପାଇଁ ଆଜି ଭୋଟ ଗଣତି ଆରମ୍ଭ ହୋଇଛି । ସକାଳ 8ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ମହାଗଠବନ୍ଧନ ଆଗୁଆ ରହିଛି । ଦିନ 10.30 ସୁଦ୍ଧା ମହାଗଠବନ୍ଧନ 112ରେ ଆଗୁଆ ଥିବାବେଳେ ଏନ୍ଡିଏ 107ରେ ରହିଛି। ସେହିପରି ଏଲ୍ଜେପି 8ରେ ରହିଛି। ଚଳିତ ବିହାର ବିଧାନସଭା ନିର୍ବାଚନ ପାଇଁ ତିନୋଟି ପର୍ଯ୍ୟାୟରେ ଭୋଟ୍ଗ୍ରହଣ କରାଯାଇଥିଲା ।
ପ୍ରାରମ୍ଭିକ ଟ୍ରେଣ୍ଡରୁ ଯାହା ଜଣାପଡୁଛି ବିହାରବାସୀ ଆରଜେଡି ଓ କଂଗ୍ରେସ ମହାମେଣ୍ଟ ସପକ୍ଷରେ ମତ ଦେଇଛନ୍ତି । ରାଘୋପୁରରୁ ତେଜ୍ବସୀ ଯାଦବ ଆଗରେ ରହିଥିବା ବେଳେ ତାଙ୍କ ବଡ଼ ଭାଇ ତେଜ ପ୍ରତାପ ହଂସପୁରରୁ ଆଗରେ ରହିଛନ୍ତି। ଏନ୍ଡିଏକୁ କଡା ଚ୍ୟାଲେଞ୍ଜ ଦେଉଛି ମହାଗଠବନ୍ଧନ ।