ମଧ୍ୟ ପ୍ରଦେଶ ଉପ ନିର୍ବାଚନ : ବୃହତ୍‌ ବିଜୟ ଅଭିମୁଖେ ବିଜେପି

Published: Nov 10, 2020, 3:01 pm IST

ଭୋପାଳ : ବିହାର ବିଧାନସଭା ସହିତ ଦେଶରେ ଅନେକ ସ୍ଥାନରେ ଉପ ନିର୍ବାଚନ ଅନୁଷ୍ଠିତ ହେଉଛି । ମଧ୍ୟପ୍ରଦେଶରେ ଅନୁଷ୍ଠିତ ହେଉଥିବା ଉପ ନିର୍ବାଚନରେ ଶାସକ ଦଳର ଦବଦବା ଜାରି ରହିଛି । ମଧ୍ୟପ୍ରଦେଶର 28ଟି ଆସନରୁ 20ଟିରେ ବିଜେପି ଆଗୁଆ ଥିବାବେଳେ ଗୋଟିଏରେ ବିଜୟୀ ହୋଇଛି । ସେହିପରି କଂଗ୍ରେସ 6ଟି ଓ ବିଏସ୍‌ପି ଗୋଟିଏ ଆସନରେ ଆଗୁଆ ରହିଛି ।

230 ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ବିଜେପ ନିକଟରେ 107 ବିଧାୟକ ରହିଛନ୍ତି । ସରକାର ବଞ୍ଚାଇବା ପାଇଁ ବିଜେପିକୁ ମାତ୍ର 9ଟି ଆସନର ଆବଶ୍ୟକତା ରହିଥିବା ବେଳେ ବିଜେପି ସରକାର ବଞ୍ଚାଇବାରେ ସକ୍ଷମ ହେବ ବୋଲି ପୂର୍ବାନୂମାନ ଲଗାଯାଉଛି । ଉଲ୍ଲେଖଯୋଗ୍ୟ ଯେ,କଂଗ୍ରେସରୁ 22 ଜଣ ସଦସ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ୱରେ ବିଜେପିରେ ସାମିଲ ହେବା ପରେ କମଲନାଥ ସରକାର ଭାଙ୍ଗି ଯାଇଥିଲା । ବିଧାନସଭାରେ କଂଗ୍ରେସର 88 ଆସନ ରହିଥିବା ବେଳେ ସରକାର ଗଠନର ଦାବି ପେଶ କରିବା ପାଇଁ ଅନ୍ୟୁନ 20ଟି ଆସନ ଆବଶ୍ୟକ । ଏହି ଉପ ନିର୍ବାଚନକୁ ନେଇ ବହୁ ତୁଙ୍ଗ ନେତାଙ୍କ ସମ୍ମାନ ବାଜିରେ ରହିଛି । କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଶିବରାଜ ସିଂ ଚୌହାନ ଏବଂ ନରେନ୍ଦ୍ର ସିଂ ତୋମାରଙ୍କ ସମ୍ମାନ ପାଇଁ ଏହି ଉପନିର୍ବାଚନ ବେଶ୍‌ ଗୁରୁତ୍ବପୂର୍ଣ୍ଣ ରହିଛି ।

Related posts