ଆଜି ରାଜ୍ୟରୁ ଆରୋଗ୍ୟ ଲାଭ କଲେ ଆଉ ୧ ହଜାର ୪୪୮ ଜଣ କରୋନା ଆକ୍ରାନ୍ତ

Published: Nov 10, 2020, 8:11 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୪୪୮ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।  ଖୋର୍ଦ୍ଧାରୁ ସର୍ବାଧିକ ୧୬୧ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୧୦୭, ବରଗଡରୁ ୯୯, ସୁନ୍ଦରଗଡରୁ ୯୮, କଳାହାଣ୍ଡିରୁ ୭୨, ଜଗତସିଂହପୁରରୁ ୭୦, ନୂଆପଡ଼ାରୁ ୬୮, କେନ୍ଦୁଝରରୁ ୬୬, ମୟୂରଭଞ୍ଜରୁ ୬୬, ବାଲେଶ୍ବରରୁ ୫୮, ପୁରୀରୁ ୫୭, ଅନୁଗୁଳରୁ ୫୩, ଭଦ୍ରକରୁ ୪୯, ବଲାଙ୍ଗିରିରୁ ୪୯, କେନ୍ଦ୍ରାପଡ଼ାରୁ ୪୯, ସମ୍ବଲପୁରରୁ ୪୩, ଯାଜପୁରରୁ ୪୧, ଝାରସୁଗୁଡ଼ାରୁ ୨୯, ମାଲକାନଗିରିରୁ ୨୮, ନବରଙ୍ଗପୁରରୁ ୨୮, ଢେଙ୍କାନାଳରୁ ୨୩, ସୋନପୁରରୁ ୨୨, ଗଞ୍ଜାମରୁ ୧୯, କୋରାପୁଟରୁ ୧୭, କନ୍ଧମାଳରୁ ୧୨, ନୟାଗଡରୁ ୧୨, ରାୟଗଡାରୁ ୭, ଗଜପତିରୁ ୬, ଦେବଗଡ଼ରୁ ୫ ଏବଂ ଷ୍ଟେଟ ପୁଲରୁ ୩୪ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୯୧ ହଜାର ୧୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩ ହଜାର ୭୮୦ ମଧ୍ୟରୁ ୧୧ ହଜାର ୩୩୬ ଜଣ ଚିକିତ୍ସିଧୀନ ଥିବା ବେଳେ ୧୪୫୪ ଜଣ କରୋନାରେ ମୃତ୍ୟୁବରଣ କରଛନ୍ତି।

Related posts