କାନ୍ଥ ଭୁଶୁଡି ଆଠ ମୃତ

Published: Nov 11, 2020, 10:56 am IST

ରାଜସ୍ଥାନ : ରାଜସ୍ଥାନ ଯୋଧପୁରରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ରାଜସ୍ଥାନ ଯୋଧପୁରସ୍ଥିତ ବସ୍ତି ଶିଳ୍ପାଞ୍ଚଳରେ ଥିବା ଏକ ନିର୍ମାଣଧିନ ଫାକ୍ଟ୍ରିର କାନ୍ଥ ଭୁଶୁଡିବାରୁ 8 ଜଣଙ୍କର ମୃତ୍ୟୁ ହୋଇଛି । ଭଗ୍ନାବଶେଷ ତଳେ 10ରୁ ଅଧିକ ଲୋକ ଚାପି ହୋଇ ରହିଥିବା ଜଣାପଡିଛି । ଯେବେକି ଏହି ଦୁର୍ଘଟଣାରେ 6 ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ତେବେ ଏହି ଦୁର୍ଘଟଣା କିପରି ଘଟିଲା, ତାହା ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ପୋଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍‌ ଟୁଇଟ୍‌ କରି ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ 2 ଲକ୍ଷଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ସେହିପରି ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ସେମାନଙ୍କ ଚିକିତ୍ସା ପାଇଁ 40 ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

Related posts