ଚାନ୍ଦପୁର ବେଣ୍ଟ ଛକରେ ଅଘଟଣ : ଚଳନ୍ତା ଟ୍ରକରେ ଲାଗିଲା ନିଆଁ

Published: Nov 13, 2020, 11:57 am IST

ସୀତାରାମ ଅଗ୍ରଓ୍ବାଲ

ଟାଙ୍ଗୀ : ଚଳନ୍ତା ଷ୍ଟିଲ ଜିନିଷ ବୋଝେଇ ଟ୍ରକରେ ଲାଗିଲା ନିଆଁ । ଅଳ୍ପକେ ବର୍ତିଲେ ଡ୍ରାଇଭର। ଆଜି ପୂର୍ବାହ୍ନରେ ଚାନ୍ଦପୁର 16 ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବେଣ୍ଟ ଛକରେ  ଉକ୍ତ ଘଟଣାଟି ଘଟିଯାଇଛି। ମିଳିଥିବା ସୂଚନା ଅନୁଯାୟୀ ହାଇଦରାବାଦରୁ ଟାଟା ଡ଼ୁବୁରୀ  ଷ୍ଟିଲ ଜିନିଷ ନେଇ ଯାଉଥିବା OD05AS6575 ନମ୍ବର ବିଶିଷ୍ଟ  ଟ୍ରକଟିକୁ  ଆଜି ସକାଳ 10ଘଟିକାରେ ଚାନ୍ଦପୁର 16ନମ୍ବର  ଜାତୀୟ ରାଜପଥ ବେଣ୍ଟ ଛକ ନିକଟରେ ରଖି ଟ୍ରକ ଡ୍ରାଇଭର ସରୋଜ କୁମାର ଖୁଣ୍ଟିଆ  ଜଳପାନ କରିବାକୁ ଯାଇଥିବାବେଳେ ହଠାତ ଟ୍ରକର ପଛ ପାର୍ଶ୍ୱରେ ନିଆଁ ଲାଗିଯାଇଥିଲା। ଫଳରେ ଟ୍ରକରେ ଷ୍ଟିଲ ଜିନିଷ ଗୁଡ଼ିକ ପୋଡ଼ିଯାଇଛି। ଖବର ପାଇ ଘଟଣାସ୍ଥଳରେ ଟାଙ୍ଗୀ ଅଗ୍ନିଶମ ବିଭାଗ ଅଧିକାରୀ ଅବିନାଶ ପୃଷ୍ଟି ସଦଳବଳେ ପହଁଚି ନିଆଁକୁ ଆୟତ୍ତ କରିଥିବା ସ୍ଥଳେ ଚାନ୍ଦପୁର ପୋଲିସ ଟ୍ରାଫିକ କ୍ଳିଅର କରିଥିଲା। ହେଲେ ଷ୍ଟିଲ ଜାତୀୟ ପଦାର୍ଥ ଥିବାରୁ ଖରାର ସଂସ୍ପର୍ଶରେ ଆସି ପରସ୍ପର ମଧ୍ୟରେ ଘର୍ଷଣ ସଂସ୍ପର୍ଶରେ  ଅଗ୍ନି ଉତ୍ପନ ହୋଇଥିବାର ଅନୁମାନ କରାଯାଉଛି।

Related posts