Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନ୍‌ଲାଇନ୍‌ ଶିକ୍ଷା ପାଇଁ ଟିସିଏସ୍‌ ସହ ଚୁକ୍ତି
ଆଜିର ଖବର

ଅନ୍‌ଲାଇନ୍‌ ଶିକ୍ଷା ପାଇଁ ଟିସିଏସ୍‌ ସହ ଚୁକ୍ତି

November 13, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : କରୋନାକୁ ଦୃଷ୍ଟିରେ ରାଜ୍ୟରେ ସ୍କୁଲ ତଥା ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏପରି ସମୟରେ ଅନଲାଇନ୍‌ ମାଧ୍ୟମରେ ଶିକ୍ଷା ଦିଆଯାଉଛି । ଅନଲାଇନ୍‌ ଶିକ୍ଷାକୁ ଅଧିକ ଗୁରୁତ୍ବ ଦିଆଯାଉଛି । ଅନଲାଇନ୍‌ ଶିକ୍ଷା ନେଇ ରାଜ୍ୟ ସରକାର ଟିସିଏସ୍‌ ସହ ଚୁକ୍ତି କରିଛନ୍ତି।

ଅନ୍‌ଲାଇନ୍ ଶିକ୍ଷା ପାଇଁ ମାଗଣାରେ ସହଯୋଗ ଯୋଗାଇବ ଟିସିଏସ୍। ରାଜ୍ୟରେ ଆଦର୍ଶ ଓ ଉତ୍କର୍ଷ ସ୍କୁଲରେ ଅନ୍‌ଲାଇନ୍‌ ଶିକ୍ଷା ପାଇଁ ଟିସିଏସ୍‌ ସହ ଚୁକ୍ତି ହୋଇଛି। ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଓ ଟିସିଏସ୍ ମଧ୍ୟରେ ଏମ୍ଓୟୁ ସ୍ବାକ୍ଷର ହୋଇଛି। ଚୁକ୍ତି ମୁତାବକ, ରାଜ୍ୟର 214 ଆଦର୍ଶ ସ୍କୁଲ ଓ 101 ଉତ୍କର୍ଷ ସ୍କୁଲରେ ଅନ୍‌ଲାଇନ୍ ଶିକ୍ଷା ଶିକ୍ଷା ପାଇଁ ମାଗଣାରେ ସହଯୋଗ ଯୋଗାଇବ ଟିସିଏସ୍।

ଆଜି ପୂର୍ବାହ୍ନରେ ଉତ୍କର୍ଷ ବିଦ୍ୟାଳୟ ଏବଂ ଆଦର୍ଶ ବିଦ୍ୟାଳୟରେ ଡିଜିଟାଲ୍ ଶିକ୍ଷାଦାନ ସଂପର୍କରେ ଏକ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାମାରୀ କୋଭିଡ୍-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ବିଭିନ୍ନ ପ୍ରକାର ଅନ୍ଲାଇନ୍ ଶିକ୍ଷା ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଉଛିା

ସଂପ୍ରତି ହ୍ୱାଟସ୍ଆପ୍ ମାଧ୍ୟମରେ ଓଡ଼ିଶା ଶିକ୍ଷା ସଂଯୋଗ କାର୍ୟ୍ୟକ୍ରମ ଦୀକ୍ଷାଆପ୍, ମଧୁଆପ୍ ଜରିଆରେ ଛାତ୍ରଛାତ୍ରୀମାନେ ପାଠ୍ୟପୁସ୍ତକ, ପାଠ୍ୟ ଭିଡିଓ ଦେଖି ପାରୁଛନ୍ତିା ଦୂରଦର୍ଶନ ମାଧ୍ୟମରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଦୈନିକ ୩ ଘଣ୍ଟା ଶିକ୍ଷାଦାନ ଚାଲୁ ରହିଥିବାବେଳେ ଅନ୍ୟ ଶ୍ରେୀର ଶିକ୍ଷାଦାନ ପାଇଁ ପ୍ରୟାସ ଜାରି ରହିଛିା ସେହିପରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପାଇଁ ରେଡିଓ-ପାଠଶାଳା କାର୍ୟ୍ୟକ୍ରମ ହାତକୁ ନିଆଯାଇଛିା

ଭିନ୍ନକ୍ଷମ ପିଲାଙ୍କ ପାଇଁ କମୁ୍ୟନିଟି ରେଡିଓ ମାଧ୍ୟମ ପରି ରେଡିଓ-ସୁରଭି କାର୍ୟ୍ୟକ୍ରମ କରାଯାଉଛିା ଏହା ବ୍ୟତୀତ ରାଜ୍ୟର ବିଭିନ୍ନ ବିଦ୍ୟାଳୟ ସମେତ ସମସ୍ତ ଆଦର୍ଶ ବିଦ୍ୟାଳୟ ଓ ୧୦୧ଟି ଉତ୍କର୍ଷ ବିଦ୍ୟାଳୟରେ ଅନ୍ଲାଇନ୍ ଶିକ୍ଷାଦାନ ଚାଲୁରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ପରାମର୍ଶ କ୍ରମେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି ଅନ୍ଲାଇନ୍ ଶିକ୍ଷାଦାନ ପ୍ରକ୍ରିୟାକୁ ବ୍ୟାପକ କରିବା ପାଇଁ ଟାଟା କନ୍ସଲ୍ଟାନ୍ସି ଲିମିଟେଡ୍ ତରଫରୁ ଟି.ସି.ଏସ୍, ଆଇ ଓ ଏନ୍ ଡିଜିଟାଲ୍ କ୍ଲାସରୁମ କାଯ୍ୟକ୍ରମ ରାଜ୍ୟର ୧୦୧ଟି ଉତ୍କର୍ଷ ବିଦ୍ୟାଳୟ ଓ ୨୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆରମ୍ଭ କରିବାକୁ ସ୍ଥିର କରିଛନ୍ତି।

ଏହା ଟାଟା କନ୍ସଲ୍ଟାନ୍ସି ଲିମିଟେଡ୍ର ସିଏସ୍ଆର୍ ତରଫରୁ ବିନାମୂଲ୍ୟରେ କରାଯିବା ଏହି କାର୍ୟ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ ମାଧ୍ୟମରେ ନିଜର ପାଠ୍ୟ ବିଷୟ, ଭିଡିଓ, କାର୍ୟ୍ୟ-ଫରଦ, ଗୃହପାଠ୍ୟ, ଡିବେଟ୍, କୁଇଜ୍ ସର୍ବେକ୍ଷଣ ଆଜି ବିଭିନ୍ନ ଶିକ୍ଷଣ କାର୍ୟ୍ୟକରିପାରିବୋ ଏହି ଶିକ୍ଷଣ କାର୍ୟ୍ୟକୁ ସୁଚାରୁ ରୂପେ ସଂପାଦନ ପାଇଁ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ବିନାମୂଲ୍ୟରେ ଟିସିଏସ୍ ଦ୍ୱାରା ତାଲିମ ଦିଆଯିବ, ଯାହାଦ୍ୱାରା କି ସେମାନେ ବିଭିନ୍ନ ପ୍ରକାରର ଡିଜିଟାଲ୍ ଶିକ୍ଷକତା ପ୍ଲାଟ୍ଫର୍ମ ଓ ଶିକ୍ଷାବିଜ୍ଞାନ ବିଷୟରେ ଧାରଣା ପାଇପାରିବୋ

ଏହି ତାଲିମ ଶିକ୍ଷକ ଶକ୍ଷିୟିତ୍ରୀମାନେ ନିଜ ସମୟ ସୁବିଧା ଅନୁସାରେ ଦିନକୁ ୧/୨ ଘଣ୍ଟା ସମୟ ଦେଇ ଶିକ୍ଷା ଶେଷ କରିବୋ ଏହି କ୍ୟାରିଆର୍ ଏବେ ତାଲିମ ଦ୍ୱାରା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଅନ୍ ଲାଇନ୍ ଶିକ୍ଷଣ ସଂପର୍କିତ ବିଭିନ୍ନ କୌଶଳ ଜାଣିପାରିବେ ଓ କ୍ରମାଗତ ନିଜର ଶିକ୍ଷ ଦକ୍ଷତାକୁ ବୃଦ୍ଧି କରିବା ଶିକ୍ଷାଦାନ କ୍ଷେତ୍ରରେ ସହାୟକ
ହୋଇପାରିବ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡ. ବିଜୟ କୁମାର ସାହୁ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ରଘୁରାମ ଆୟାର, ଓସେପାର ଯୁଗ୍ମ ନିର୍ଦ୍ଦେଶକ ଡ. ସନାତନ ପଣ୍ଡା ପ୍ରମୁଖ ଏହି ଭର୍ଚୁଆଲ୍ ବୈଠକରେ ଯୋଗ ଦେଇ ଥିଲ।

ଅନ୍‌ଲାଇନ୍‌ ଟିସିଏସ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ବିରୁଦ୍ଧରେ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍: ୭ ବିଦେଶୀ ନାଗରିକ ଗିରଫ

March 17, 2026

ଭୁବନେଶ୍ବରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମୁଖ୍ୟମନ୍ତ୍ରୀ କଲେ ସାକ୍ଷାତ

March 17, 2026

ମିଳିମିଳା ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

March 17, 2026

ମହଙ୍ଗା ପଡ଼ିଲା ଗଙ୍ଗା ନଦୀ ମଝିରେ ଚିକେନ୍ ବିରିୟାନି ଖାଇ ହାଡ଼ ଫିଙ୍ଗିବା: ୧୪ ଗିରଫ

March 17, 2026
Latest News

ଭାରତ ବିରୁଦ୍ଧରେ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍: ୭ ବିଦେଶୀ ନାଗରିକ ଗିରଫ

March 17, 2026

ଭୁବନେଶ୍ବରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମୁଖ୍ୟମନ୍ତ୍ରୀ କଲେ ସାକ୍ଷାତ

March 17, 2026

ମିଳିମିଳା ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

March 17, 2026

ମହଙ୍ଗା ପଡ଼ିଲା ଗଙ୍ଗା ନଦୀ ମଝିରେ ଚିକେନ୍ ବିରିୟାନି ଖାଇ ହାଡ଼ ଫିଙ୍ଗିବା: ୧୪ ଗିରଫ

March 17, 2026

ରାଜ୍ୟସଭା ନିର୍ବାଚନ: ଅଧିକ ଶକ୍ତିଶାଳୀ ହେଲା ଏନଡିଏ, ଜାଣନ୍ତୁ ଇଣ୍ଡି ମେଣ୍ଟର ସ୍ଥିତି

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.