Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମିଳିମିଳା ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର
ଆଜିର ଖବର

ମିଳିମିଳା ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

March 17, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମାଗଣା ସ୍ଵାସ୍ଥ୍ୟ ଶିବିର
ମିଳିମିଳା ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର, ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ମିଳିମିଳା ରୋଗ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା.ନକୁଳ ସାହୁ କହିଛନ୍ତି ଯେ, ଏହି ରୁତୁରେ କିଛି ଶିଶୁଙ୍କୁ ମସୁର ପରି କିଛି ଚିହ୍ନ ଦେଖାଗଲେ ପରିବାର ଲୋକ ସନ୍ଦେହରେ ବସନ୍ତ ଭାବି ବ୍ୟସ୍ତ ହୋଇପଡ଼ୁଛନ୍ତି। ଦୂଷିତ ଜଳ ପାନ, ଖଟା ଖାଇଲେ ଓ ଖୋଲା ପବନରେ ଅଧିକ ବୁଲିଲେ କଫ ବଢି ଭୂତାଣୁ ସଂକ୍ରମିତ ହୁଏ। ରୋଗାକ୍ରାନ୍ତ ଶିଶୁର ନାସା ସ୍ରାବ ପବନ ଦ୍ଵାରା ଯାଇ ଅନ୍ୟ ଶିଶୁ ମାନଙ୍କୁ ସଂକ୍ରମଣ ହୁଏ। ସାହି, ସହର, ଗ୍ରାମ ବ୍ୟାପିଯାଏ। ଆଖି ନାକରୁ ପାଣି ବହେ, ଜ୍ୱର, ଶୁଷ୍କ କାସ, ଅରୁଚି, ମୁଣ୍ଡବ୍ୟଥା, ଶରୀର ପୀଡା ସହ ମସୁର ଜାଇ ପରି ଫୋଟକା ଦେହ ସାରା ବାହାରି ପଡେ। ମସୁରର ଲକ୍ଷଣ ମସୁର ମଝିରେ ବିନ୍ଦୁଟିଏ ଦବିଲା ପରି ହୋଇଥାଏ। କାରଣ ଗୁଡିକୁ ଛାଡି ଲଘୁ ଖାଦ୍ୟ, ଉଷ୍ଣଜଳ ପାନକରିବେ, ଘରେ ଭୂତାଣୁ ନାଶ ପାଇଁ ଝୁଣା ନିମ୍ବ ପତ୍ର ଧୂପ ଦେବେ, ପ୍ରତିଷେଧ ପାଇଁ ହଳଦୀଗୁଣ୍ଡ କିମ୍ବା କଲରା ପତ୍ର ରସ ସକାଳୁ ତିନିଦିନ ଖାଇବେ। ଶେଜରେ କୋମଳ ନିମ୍ବ ପତ୍ର ପକାଇବେ, ଶରୀର କୁଣ୍ଡେଇ ହେଲେ ନିମ୍ବ କାଠିରେ କୁଣ୍ଡାଇବେ। ଗୋରଚନା ବା ହଳଦୀଗୁଣ୍ଡ ଦିନରେ ତିନିଥର ମହୁ ସହ ଖାଇଲେ ଜ୍ୱର ସହ ମିଳିମିଳା ଭଲ ହୋଇଯାଏ। କାଶ ପାଇଁ ତୁଳସୀ ରସ ଦେବେ, ପଦାରେ ବୁଲିବେ ନାହିଁ।

ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀ ରୋଗ ଆଦି ବିଭିନ୍ନ ରୋଗୀଙ୍କୁ ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରିଥିଲେ। ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ। ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ। ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ପକ୍ଷରୁ ଡଃ ସାହୁ ଅନୁରୋଧ କରିଛନ୍ତି।

ବ୍ରହ୍ମପୁର ଭରଦ୍ବାଜ ପ୍ରତିଷ୍ଠାନ ମିଳିମିଳା ସ୍ଵାସ୍ଥ୍ୟ ଶିବିର ହରିହର ନଗର
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

August 7, 2026

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026
Latest News

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

August 7, 2026

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026

ଘର ପ୍ରତିଷ୍ଠା ଭୋଜି ପଡ଼ିଲା ମହଙ୍ଗା, ଝାଡ଼ାବାନ୍ତିରେ ୧୦୦ରୁ ଅଧିକ ଆକ୍ରାନ୍ତ

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.