Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫାଇଜର୍ ଟିକାକୁ ନେଇ ଆସିଲା ନୂଆ ଏକ ତଥ୍ୟ
ଆଜିର ଖବର

ଫାଇଜର୍ ଟିକାକୁ ନେଇ ଆସିଲା ନୂଆ ଏକ ତଥ୍ୟ

November 13, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆମେରିକୀୟ ଭେଷଜ କମ୍ପାନୀ ଫାଇଜର ଓ ଜର୍ମାନୀ ଅଂଶୀଦାର ବାୟୋଏନଟେକ ଦ୍ୱାରା ବିକଶିତ କୋଭିଡ ଟିକା ଫାଇଜର୍‌ର ଚୂଡାନ୍ତ ପର୍ଯ୍ୟାୟ ପରୀକ୍ଷଣ 90% ରୁ ଅଧିକ ଫଳପ୍ରଦତା ଦେଉଥିବା ଦାବି ହେଲା ପରେ ଖୁବ ଶୀଘ୍ର ଏହା ଉପଲବ୍ଧ ହୋଇପାରିବ ବୋଲି ଆଶା କରାଯାଉଛି ।

ମାତ୍ର ଟିକା ନିର୍ମାଣ କେନ୍ଦ୍ରରୁ ବିଶ୍ୱ ବ୍ୟାପୀ ବିଭିନ୍ନ ସ୍ଥାନରେ ଥିବା ଟିକା ପ୍ରଦାନ କେନ୍ଦ୍ର ଯାଏ ଏହାର ସୁରକ୍ଷିତ ପରିବହନ ହିଁ ଚିନ୍ତାର ବିଷୟ ହୋଇଛି । ଟିକାର ରପ୍ତାନୀ ବା ଆମଦାନୀ ବେଳେ ମାଇନସ୍‌ 70 ଡିଗ୍ରୀ ସେଲସିୟସ ତାପମାତ୍ରାରେ ଏହାକୁ ସଂରକ୍ଷିତ ରଖିବା ଲାଗି ବିମାନ ବନ୍ଦରରେ ଅତିଶୀତଳୀକୃତ ଗୋଦାମ ଘର ଠାରୁ ଆରମ୍ଭ କରି ଅତିଶୀତଳକୃତ ଯାନରେ ଏହାର ପରିବହନ ପ୍ରକି୍ରୟା ଅତ୍ୟନ୍ତ ଜଟିଳ ତଥା ବ୍ୟୟସାପେକ୍ଷ ।

ସେହିପରି ସେଠାରୁ ଟିକା ପ୍ରଦାନ କେନ୍ଦ୍ରରେ ତାହା ପହଞ୍ଚିଲା ପରେ ତାପମାତ୍ରା ମାଇନସ ସତୁରୀ ଡିଗ୍ରୀ ସେଲସିୟସରୁ ସ୍ୱାଭାବିକ 2 ରୁ 8 ଡିଗ୍ରୀ ସେଲସିୟସ ତାପମାତ୍ରା ଯାଏ ଆଣିବାକୁ ପଡ଼ିବ ଏବଂ ଅତି ବେଶିରେ ପାଞ୍ଚ ଦିନ ଭିତରେ ତାହାକୁ ବ୍ୟବହାର କରିବାକୁ ପଡ଼ିବ । ଅନ୍ୟଥା ଟିକା ନଷ୍ଟ ହୋଇଯିବାର ଆଶଙ୍କା ରହିଛି । ତେଣୁ ଶେଷ ବ୍ୟବହାର ପର୍ଯ୍ୟାୟରେ ମଧ୍ୟ ଟିକାର ପରିଚାଳନା ଅନ୍ୟତମ ବ୍ୟୟସାପେକ୍ଷ ପଦ୍ଧତି ପାଲଟିଛି । ଏପରି ଶୀତଳୀକରଣୀୟ ସରଞ୍ଜାମ ଆହରଣ ପାଇଁ ବିନିଯୋଗ ଅର୍ଥ ହିଁ ଟିକାର ମୌଳିକ ମୂଲ୍ୟକୁ ଢେ଼ର ବଢ଼ାଇଦେବ । ଫଳ ସ୍ୱରୂପ ଏହା କେବଳ ଧନୀ ରାଷ୍ଟ୍ରଙ୍କ ପାଇଁ ସହଜଲବ୍ଧ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଅପରପକ୍ଷରେ  ‘ଫାଇଜର୍’ର ଟିକାରେ ଥିବା କେତେକ ତ୍ରୁଟି ସାମନାକୁ ଆସିଛି । ପରୀକ୍ଷଣ ବେଳେ ଏହି ଟିକା ଦିଆଯାଇଥିବା ସ୍ବେଚ୍ଛାସେବୀମାନଙ୍କ ଶରୀରରେ ମୁଣ୍ଡବିନ୍ଧା ହେବା, ମୁଣ୍ଡ ଓଜନିଆ ଲାଗିବା, ମାଂସପେଶୀ ଦରଜ ହେବା ଓ ଜ୍ବର ଆଦି ଦେଖାଯାଉଛି । ତେବେ ଏହାର ବ୍ୟୟସାପେକ୍ଷ ପଦ୍ଧତି ଓ ପାର୍ଶ୍ବପ୍ରତିକ୍ରିୟାକୁ ଦେଖି ଟିକାକୁ ନେଇ ରହିଥିବା ଆଶା ଏବେ ନିରାଶାରେ ପରିଣତ ହୋଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଉମରକୋଟରେ ବ୍ୟାପିଲା ଝାଡ଼ାବାନ୍ତି: ଜଣେ ଶିଶ ମୃତ,୨୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

September 18, 2026

ଲିଙ୍ଗରାଜ ମନ୍ଦିରରେ ସେବାୟତ ବିବାଦ: ରାତିରୁ ନୀତିକାନ୍ତି ବନ୍ଦ

September 18, 2026

ଭାରତୀୟ-ଆମେରିକୀୟ କଂଗ୍ରେସ ସଦସ୍ୟଙ୍କ ବିଶ୍ୱାସଘାତକତା!: ଶୁଳ୍କ ଲାଗୁ କରିବାକୁ ଦେଲେ ଭୋଟ୍

September 18, 2026

ମମତା ବାନାର୍ଜୀଙ୍କ ପରେ ଏବେ ନିର୍ବାଚନ କମିଶନଙ୍କ ନିକଟକୁ ନାମ ପଠାଇଲେ ରୀତବ୍ରତ ଗୋଷ୍ଠୀ

September 18, 2026
Latest News

ଉମରକୋଟରେ ବ୍ୟାପିଲା ଝାଡ଼ାବାନ୍ତି: ଜଣେ ଶିଶ ମୃତ,୨୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

September 18, 2026

ଲିଙ୍ଗରାଜ ମନ୍ଦିରରେ ସେବାୟତ ବିବାଦ: ରାତିରୁ ନୀତିକାନ୍ତି ବନ୍ଦ

September 18, 2026

ଭାରତୀୟ-ଆମେରିକୀୟ କଂଗ୍ରେସ ସଦସ୍ୟଙ୍କ ବିଶ୍ୱାସଘାତକତା!: ଶୁଳ୍କ ଲାଗୁ କରିବାକୁ ଦେଲେ ଭୋଟ୍

September 18, 2026

ମମତା ବାନାର୍ଜୀଙ୍କ ପରେ ଏବେ ନିର୍ବାଚନ କମିଶନଙ୍କ ନିକଟକୁ ନାମ ପଠାଇଲେ ରୀତବ୍ରତ ଗୋଷ୍ଠୀ

September 18, 2026

ଆଉ କିଛି ସମୟ ପରେ ଏସୀୟ କ୍ରୀଡ଼ାର କ୍ୱାର୍ଟରଫାଇନାଲ: ଜାପାନକୁ ଭେଟିବ ଟିମ୍ ଇଣ୍ଡିଆ

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.