ବିହାରରେ ଆଜି ଏନଡିଏ ବିଧାୟକ ଦଳର ବୈଠକ: ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହୋଇପାରନ୍ତି ନୀତିଶ

Published: Nov 15, 2020, 11:46 am IST

ପାଟନା: ଆଜି ବିହାରରେ ଏନଡିଏ ବିଧାୟକ ଦଳର ବୈଠକ ମଧ୍ୟାହ୍ନ ୧୨.୩୦ରୁ ଆରମ୍ଭ ହେବ। ଏନଡିଏରେ ସାମିଲ ଥିବା ବିଜେପି, ଜେଡିୟୁ, ବିକାଶଶୀଳ ଇନସାନ ପାର୍ଟି ଓ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ନବନିର୍ବାଚିତ ବିଧାୟକମାନେ ଏହି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ନୀତିଶ କୁମାର ଆଜି ଏନଡିଏର ବିଧାୟକ ଦଳ ନେତା ହୋଇପାରନ୍ତି। ନିର୍ବାଚନରେ ଜେଡିୟୁ ନିରାଶାଜନକ ପ୍ରଦର୍ଶନ କରିଥିଲେ ସୁଦ୍ଧା ଏନଡିଏର ପ୍ରାକ୍ ନିର୍ବାଚନୀ ଘୋଷଣା ଅନୁଯାୟୀ ନୀତିଶ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଗାଦିସୀନ ହେବାକୁ ଯାଉଛନ୍ତି। ଜେଡିୟୁ ତୁଳନାରେ ବିଜେପିକୁ ବହୁ ଅଧିକ ଆସନ ମିଳିଥିବାବେଳେ ନୀତିଶଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ କରାଇବା ପ୍ରସଙ୍ଗକୁ ବିଜେପିର କେତେକ ନେତା ନାପସନ୍ଦ କରୁଥିଲେ ସୁଦ୍ଧା ଦଳ ତାହାର ପୂର୍ବ ପ୍ରତିଶ୍ରୁତିକୁ ପାଳନ କରିବ ବୋଲି ଦୃଢ ଆଶ୍ୱାସନା ଦେଇଛି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ମେଣ୍ଟର ସଫଳତା ପାଇଁ ନୀତିଶକୁ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଣଆନୁଷ୍ଠାନିକଭାବେ ତାଙ୍କ ନାମ ଉଲ୍ଲେଖ କରିସାରିଛନ୍ତି।

Related posts