
ଟୋଟାଲ ଧମାଲର ସଫଳତା ପରେ ବଲିଉଡ୍ ସୁପରଷ୍ଟାର ଅଜୟ ଦେବଗନ ନିଜର ଆଗାମୀ ଚଳଚିତ୍ର ‘ଦେ ଦେ ପ୍ୟାର ଦେ’ର ଫାଷ୍ଟ ଲୁକ୍ ପୋଷ୍ଟର ରିଲିଜ୍ ହୋଇଛି। ଏହି ଚଳଚିତ୍ରରେ ଅଜୟଙ୍କ ବ୍ୟତୀତ ତବୁ ଏବଂ ରକୁଲ ପ୍ରୀତ୍ ସିଂ ନଜର ଆସିବେ। ଏହି ଫିଲ୍ମର ଫାଷ୍ଟଲୁକ୍ ପୋଷ୍ଟର ନିମନ୍ତେ ଅଜୟ ନିଜର ୧୯୯୧ ମସିହା ଫିଲ୍ମ ‘ଫୁଲ ଔର କାଣ୍ଟେ‘ର ଏକ ଷ୍ଟଣ୍ଟ ପ୍ରଦର୍ଶନ କରିଛନ୍ତି। ଉକ୍ତ ଫିଲ୍ମରେ ଦୁଇଟି ବାଇକ୍ ଉପରେ ଗୋଡ ରଖିଛିଡା ହୋଇଥିବା ବେଳେ ଏହି ଫିଲ୍ମ ପାଇଁ ଆଉ ପାଦେ ଆଗକୁ ଯାଇ ଦୁଇଟି କାର୍ରେ ଷ୍ଟଣ୍ଟ କରିଛନ୍ତି। ଅଜୟଙ୍କ ଫାଷ୍ଟଲୁକ୍ ପୋଷ୍ଟର ରିଲିଜ୍ ହେବା ପରେ ଫ୍ୟାନ୍ ମାନେ ସମାନ ଷ୍ଟଣ୍ଟ ପ୍ରଦର୍ଶନ କରି ସୋସିଆଲ୍ ମିଡିଆ ସାଇଟ୍ରେ ଏହାର ଫଟୋ ଅପଲୋଡ୍ କରିଛନ୍ତି। ସେହିପରି ଫିଲ୍ମର କଳାକାର ରକୁଲ ପ୍ରୀତ୍ ସିଂ ମଧ୍ୟ ଜିମ୍ରେ ସମାନ ଷ୍ଟଣ୍ଟ କରି ଏହାର ଫଟୋ ଟ୍ବିଟ୍ଟରରେ ସେୟାର କରିବା ସହିତ ତଳେ ଲେଖିଥିଲେ ‘ବର୍ତ୍ତମାନ ମଧ୍ୟ ଅଜୟଙ୍କ ପରି କରି ପାରୁନାହିଁ’। ଏହି ଫିଲ୍ମଟିର ନିର୍ଦ୍ଦେଶନା ନବାଗତ ନିର୍ଦ୍ଦେଶକ ଆକିଭ୍ ଅଲି ଦେଉଥିବା ବେଳେ ଭୂଷଣ କୁମାର ପ୍ରଯୋଜକ ରହିଛନ୍ତି। ଲବ୍ ରଞ୍ଜନ ଫିଲ୍ମଟିର କାହାଣୀ ଲେଖିଥିବା ବେଳେ ସହ ପ୍ରଯୋଜକ ମଧ୍ୟ ରହିଛନ୍ତି। ଫିଲ୍ମଟି ଆସନ୍ତା ମେ ୧୭ରେ ରିଲିଜ୍ ହେବାକୁ ଯାଉଛି।