Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ ଆଜି ୭୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ
ଆଜିର ଖବର

ରାଜ୍ୟରେ ଆଜି ୭୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

November 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର:  ରାଜ୍ୟରେ ଆଜି ୭୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୩୭ ଜଣ ଚିହ୍ନଟ ହୋଇଥିବାବେଳେ ୩୧୨ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯ହଜାର ୪୦୮କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୯୭ ହଜାର ୮୬୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯ ହଜାର ୯୫୦ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୫୨୭ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ମୋଟ୍‌ ୭୪୯ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୮୮ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୪୫, ବାଲେଶ୍ଵରରୁ ୩୮,  ବରଗଡରୁ ୨୪, ଭଦ୍ରକରୁ ୧୫, ବଲାଙ୍ଗିରରୁ ୨୪,  କଟକରୁ ୩୭, ଦେବଗଡରୁ ୨,  ଢେଙ୍କାନାଳରୁ ୩୧, ଗଜପତିରୁ ୫,  ଗଞ୍ଜାମରୁ ୭, ଜଗତସିଂହପୁରରୁ  ୪୮, ଯାଜପୁରରୁ ୧୮, ଝାରସୁଗୁଡାରୁ ୨୪, କଳାହାଣ୍ଡିରୁ ୧୪, କନ୍ଧମାଳରୁ ୭, କେନ୍ଦ୍ରାପଡାରୁ ୩୦, କେଉଁଝରରୁ ୪୧, କୋରାପୁଟରୁ ୩, ମାଲକାନଗିରିରୁ ୧୦, ମୟୂରଭଞ୍ଜରୁ ୭୮, ନବରଙ୍ଗପୁରରୁ ୧୭, ନୟାଗଡରୁ ୬, ନୂଆପଡାରୁ ୧୪, ପୁରୀରୁ ୧୫, ରାୟଗଡାରୁ ୨,  ସମ୍ବଲପୁରରୁ ୨୮, ସୋନପୁରରୁ ୨ ଜଣ, ସୁନ୍ଦରଗଡରୁ ୫୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲ୍‌ରୁ ୨୧ ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି।

corona
Share. Facebook Twitter LinkedIn Email WhatsApp Copy Link

Related Posts

ସିଜେପି ପ୍ରତିବାଦରେ ଯୋଗଦେଲେ ନାସିରୁଦ୍ଦିନ ଶାହ?: ଜାଣନ୍ତୁ ସତ୍ୟତା

July 21, 2026

ସୁନା କିଣିବାକୁ ଯୋଜନା କରୁଛନ୍ତି କି?: ଜାଣନ୍ତୁ ଆଜିର ମୂଲ୍ୟ

July 21, 2026

ଶାମି ଏବଂ ସିରାଜଙ୍କ ସମର୍ଥନରେ ଆସିଲେ ଏହି ଅଭିଜ୍ଞ କ୍ରିକେଟର: ଗମ୍ଭୀର କଲେ ସମାଲୋଚନା

July 21, 2026

୬୬ତମ ଓଡ଼ିଶା ରାଜ୍ୟ ଜୁନିୟର ଓ ସବ୍-ଜୁନିୟର ସନ୍ତରଣ ପ୍ରତିଯୋଗିତା ଆରମ୍ଭ

July 21, 2026
Latest News

ସମୁଦ୍ର ଅବରୋଧ ଘୋଷଣା କଲା ହୁଥି ବିଦ୍ରୋହୀ: ବୃଦ୍ଧି ହେବ ପେଟ୍ରୋଲ ଏବଂ ଗ୍ୟାସ ମୂଲ୍ୟ?

July 21, 2026

ସିଜେପି ପ୍ରତିବାଦରେ ଯୋଗଦେଲେ ନାସିରୁଦ୍ଦିନ ଶାହ?: ଜାଣନ୍ତୁ ସତ୍ୟତା

July 21, 2026

CJPର ସଂସଦ ପଦଯାତ୍ରା ପରେ ପ୍ରଧାନମନ୍ତ୍ରୀଙ୍କର ଆସିଲା ପ୍ରଥମ ପ୍ରତିକ୍ରିୟା

July 21, 2026

ସୁନା କିଣିବାକୁ ଯୋଜନା କରୁଛନ୍ତି କି?: ଜାଣନ୍ତୁ ଆଜିର ମୂଲ୍ୟ

July 21, 2026

ଏବେ ଦିଲ୍ଲୀ ନିକଟରେ ପହଞ୍ଚିଲେ ଚାଷୀ: ବନ୍ଦ ହେଲା ଶମ୍ଭୁ ସୀମା, ହାଇ ଆଲର୍ଟ ଜାରି

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.