ବାଣପୁର ପୋଲିସର ଜୁଆ ଆଡ୍ଡା ଉପରେ ଚଢ଼ାଉ : ଚାରି ଗିରଫ, ମୋବାଇଲ, ବାଇକ୍‌ ଜବତ

Published: Nov 16, 2020, 11:53 am IST

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ଗତକାଲି ରାତିରେ ବାଣପୁର ପୋଲିସ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଚାରି ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ପଇସା, ମୋବାଇଲ ଏବଂ ବାଇକ ଜବତ କରିଛି l ମିଳିଥିବା ସୂଚନା ମୁତାବକ ଗତକାଲି ରାତି ୮ ଘଟିକାରେ ପୂର୍ବ ସୂଚନା ଅନୁଯାୟୀ ବାଣପୁର ଆଇ.ଆଇ.ସି ସଞ୍ଜୟ ପଟ୍ଟନାୟକ ଙ୍କ ତତ୍ୱାବଧାନ ରେ ଏସ.ଆଇ ବିଜୟ ମଲ୍ଲିକ,ପ୍ରସନ୍ନ ଜେନା ଏବଂ ରାଜକିଶୋର ବେହେରା ମିଳିତ ଭାବେ ପଲଟନ ପଡିଆ ଟିକିରାଇ ମନ୍ଦିର ସମ୍ମୁଖରେ ଥିବା ବିଲ ମଧ୍ୟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ  ଚଢ଼ାଉ କରିଥିଲେ l ଚଢ଼ାଉ ସମୟରେ ପୋଲିସ  ଚାରି ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ୫୮୦୦ ନଗଦ ଟଙ୍କା, ଗୋଟେ ବାଇକ, ୩ ଗୋଟି ମୋବାଇଲ ଏବଂ ତାସ ପାଲି ଜବତ କରିଛି l ସମସ୍ତ ଅଭିଯୁକ୍ତଙ୍କୁ ବାଣପୁର ପୋଲିସ କେସ ନମ୍ବର ୩୫୪/୨୦ ରେ ମାମଲା ରୁଜୁକରି ଆଜି କୋର୍ଟଚାଲାଣ କରିବ ବୋଲି ସୂଚନା ମିଳିଛି l

Related posts