କନ୍ଦର୍ପ ବେହେରା
ରେଢ଼ାଖୋଲ: ଗତକାଲି ରେଢାଖୋଲ ଥାନା ବୁର୍ଡା ପଂଚାୟତ କାଣ୍ଡତୈଲା ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳରୁ ହାଣକାଟ ହୋଇ ଜଣେ ଗୁରୁତର ହୋଇଥିବା ଖବର ହସ୍ତଗତ ହୋଇଛି । ଖବରରୁ ପ୍ରକାଶ ଯେ ରେଢ଼ାଖୋଲ ଥାନା କାଣ୍ଡ ତୈଲା ଗ୍ରାମର ରଂଜିତ୍ ସୋରେନ୍କୁ ଗ୍ରାମର ଦୁଇଜଣ ବ୍ୟକ୍ତି କୌଣସି ଝଗଡ଼ାରୁ ହାଣି ପକାଇଥିଲୋ ତୁରନ୍ତ ଆହତକୁ ରେଢ଼ାଖୋଲ ଡାକ୍ତରଖାନାକୁ ନିଆଯାଇଥିଲା ଅବସ୍ଥା ସଂକଟାପନ୍ନ ଥିବାରୁ ପରେ ବୁର୍ଲା ମେଡିକାଲକୁ ପଠାଯାଇଛି। ଗତକାଲି ଦିନ ୧୨ଟା ସମୟରେ ହିଁ ଏଇ ଘଟଣା ଘଟିଥିବା ଜଣାପଡ଼ିଛି । ଘଟଣାସ୍ଥଳକୁ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି । ଆସାମୀମାନେ ଫେରାର ଥିବା ଜଣାପଡିଛି।