କନ୍ଦର୍ପ ବେହେରା
ରେଢାଖୋଲ : ରେଢାଖୋଲ ସହରର କୁରୁମଟିକିରାରେ ଅବାଧରେ ବିକ୍ରି ହେଉଥିବା ବାଣକୁ ରେଢାଖୋଲ ପୋଲିସ୍ ଜବତ କରିଥିବା ଖବର ହସ୍ତଗତ ହୋଇଛି ।
ରେଢାଖୋଲ ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ଥାନାର କୁରୁମଟିକିରାର ପଦ୍ମନାଭ ମହାପାତ୍ର (୪୫)ନାମକ ବ୍ୟକ୍ତି ତାଙ୍କ ଘରେ ଲକ୍ଷାଧିକ ଟଙ୍କା ମୁଲ୍ୟର ବାଣ କାରବାର କରୁଥିବା ଜାଣିବାକୁ ପାଇଥିଲା । ପୁଲିସ୍ ତାଙ୍କ ବାସ ଭବନରେ ଚଢଉ କରି ବିପୁଳ ପରିମାଣର ବାଣ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣା ପଡିଛିା । ସରକାର କରୋନା କଟକଣା ପାଇଁ ବାଣ ବିକ୍ରିକୁ ସଂପୂର୍ଣ ନିଷିଦ୍ଧ କରିବା ସହ କେହି ବ୍ୟକ୍ତି ବିକ୍ରି କରିପାରିବେ ନାହିଁ ବୋଲି ନିୟମ ପ୍ରଚଳନ କରିଛନ୍ତି । ତଥାପି ବାଣ ବେପାରିମାନେ ଅନାୟାସରେ ସରକାରଙ୍କ ନିୟମକୁ ଫୁ କରି ବାଣ ବେପାର କରୁଛନ୍ତି ପୁଲିସ୍ ଅଜାଣତରେ ।
ରେଢାଖୋଲ ଥାନା କେସ୍ ନଂ ୨୦୪/୨୦ ୟୁ/ଏସ୍୨୮୫ଆଇପିସି/୯ବି ଧାରା ଅନୁଯାୟୀ କେସ୍ ରୁଜୁ କରାଯାଇଛି ବୋଲି ରେଢାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆ ପ୍ରକାଶ କରିଛନ୍ତି ।