ବିହାରରେ ପୁଣି ଆରମ୍ଭ ହେଲା ନୀତିଶ୍‌ ରାଜ୍‌ : ମୁଖ୍ୟମନ୍ତ୍ରୀ ଭାବେ ସପ୍ତମ ଥର ପାଇଁ ନେଲେ ଶପଥ

Published: Nov 16, 2020, 5:00 pm IST

ପାଟନା: ବିହାରର ମୁଖ୍ୟମନ୍ତ୍ରୀ ଭାବେ ନୀତିଶ୍‌ କୁମାର ସପ୍ତମ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି ।  ଲଗାତାର ଚତୁର୍ଥ ଥର ପାଇଁ ନୀତିଶ୍‌ କୁମାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ବିହାରରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଉପମୁଖ୍ୟମନ୍ତ୍ରୀ ଭାବେ ରେଣୁ ଦେବୀ  ଓ ତାରକିଶୋର ପ୍ରସାଦ ମଧ୍ୟ ଶପଥ ଗ୍ରହଣ କରିଛନ୍ତି ।

ଆଜିର ଶପଥଗ୍ରହଣ ସମାରୋହରେ ଜେଡିୟରୁର ବିଜୟ ଚୌଧୁରୀ, ବିଜେନ୍ଦ୍ର ଯାଦବ, ଅଶୋକ ଚୌଧୁରୀ, ମେଓ୍ବାଲାଲ ଚୌଧୁରୀ, ସିଲୀ ମଣ୍ଡଲ୍‌ ଶପଥ େନଇଥିବାବେଳେ  ବିଜେପିରୁ ମଙ୍ଗଲ ପାଣ୍ଡେ, ରାମପ୍ରୀତ୍‌ ପାସଓ୍ବାନ୍‌, ନନ୍ଦକିଶୋର ଯାଦବ, ଜୀବେଶ କୁମାର ମିଶ୍ର,  ହମ୍‌ରୁ ସନ୍ତୋଷ ମାନ୍ଝୀ, ଭିଆଇପିରୁ ମୁକେଶ ସହନୀ ପ୍ରମୁଖ ଶପଥ ନେଇଛନ୍ତି ।

ଶପଥ ଗ୍ରହଣ ସମାରୋହରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ସୁଶୀଲ୍‌ ମୋଦିଙ୍କ ସମେତ ବିଜେପି ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ସାମିଲ୍‌ ରହିଛନ୍ତି । ତେବେ ମହାଗଠବନ୍ଧନ ଏହି କାର୍ଯ୍ୟକ୍ରମକୁ ବହିଷ୍କାର କରିଛି ।

Related posts