Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରକାରୀ ସ୍କୁଲ ବନ୍ଦ କରିବା ନିଷ୍ପତ୍ତିକୁ ଜୋର୍‌ଦାର ବିରୋଧ
ଆଜିର ଖବର

ସରକାରୀ ସ୍କୁଲ ବନ୍ଦ କରିବା ନିଷ୍ପତ୍ତିକୁ ଜୋର୍‌ଦାର ବିରୋଧ

November 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଚଳିତବର୍ଷ ଗଂଜାମ ଜିଲ୍ଲାରେ ୪୩୩ରୁ ଅଧିକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସରକାରଙ୍କ ନିର୍ଦ୍ଦେଶରେ ବନ୍ଦ ହେବାକୁ ଯାଉଛି। ଏହାକୁ ଗଂଜାମ ଜିଲ୍ଲା ଆମ୍ ଆଦମୀ ପାର୍ଟି ପକ୍ଷରୁ ଜୋର୍‌ଦାର ବିରୋଧ କରାଯିବା ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ଏବଂ ଅନ୍ୟାନ୍ୟ ଦାବି ନେଇ ଜୋର୍‌ଦାର ବିରୋଧ କରିବା ସହ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ରାଜ୍ୟ ସରକାର ପିଲା ସଂଖ୍ୟାର କମ୍ ଆଳ ଦେଖାଇ ସ୍କୁଲ ବନ୍ଦ କରୁଛନ୍ତି। କିନ୍ତୁ ଏହା ହାସ୍ୟାସ୍ପଦ। ରାଜ୍ୟ ସରକାରଙ୍କ ପରୋକ୍ଷ ପ୍ରୋତ୍ସାହନରେ ଛତୁ ଫୁଟିଲା ଭଳି ବେସରକାରୀ ସ୍କୁଲ ଖୋଲାଯାଉଛି। ଶିକ୍ଷାର ବଜାର ବୃଦ୍ଧି ପାଉଛି ତେଣୁ ସରକାରୀ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରାଯିବା ଏକ ରାଜନୈତିକ ଚକ୍ରାନ୍ତ ସୃଷ୍ଟି କରୁଛି ବୋଲି ଆମ୍‌ଆଦମୀ ପାର୍ଟି ଅଭିଯୋଗ କରିଛି। ବିଦ୍ୟାଳୟରେ ଉପସ୍ଥାପନ ହ୍ରାସ ହେବା, ଶିକ୍ଷାର ମାନ ନିମ୍ନଗାମୀ ହେବା, ଶିକ୍ଷକ ମରୁଡ଼ି, ଗୁଣାତ୍ମକ ଶିକ୍ଷାର ଅଭାବ ସଂପର୍କରେ ଆଲୋଚନା ନ କରି ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବା ସରକାରଙ୍କ ଏକ ଦୁର୍ଭାଗ୍ୟଜନକ ନିଷ୍ପତ୍ତି।

ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସରକାର ଶିକ୍ଷାବଜେଟ୍ ୨୫ପ୍ରତିଶତରୁ ଅଧିକ କରିଛି। ଶିକ୍ଷକ ନିଯୁକ୍ତି, ଉଚ୍ଚମାନର ପ୍ରଶିକ୍ଷଣ, ନୂଆ ଭିତ୍ତିଭୂମି ପ୍ରଭୃତି ଯୋଗାଇ ଦେବା ଦ୍ୱାରା ଶିକ୍ଷାର ମାନ ବୃଦ୍ଧି ପାଉଛି। ଛାତ୍ରଛାତ୍ରୀମାନେ ବେସରକାରୀ ସ୍କୁଲ ଛାଡ଼ି ସରକାରୀ ସ୍କୁଲରେ ଯୋଗ ଦେଉଛନ୍ତି। ଅନ୍ୟପଟେ ରାଜ୍ୟ ସରକାର ୨୧ ବର୍ଷ ଧରି ଶାସନ କରିଥିଲେ ହେଁ ଓଡ଼ିଶା ଶିକ୍ଷା ପାତାଳମୁଖୀ ହେଉଛି। ତେଣୁ ସରକାରୀ ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର, ଓଡ଼ିଶା ଶିକ୍ଷା ବଜେଟ୍ ୧୫ ପ୍ରତିଶତ କରିବା, ଶିକ୍ଷକଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ, ଅନୁଭବ ଆହରଣ, ଉପଯୁକ୍ତ ସମ୍ବଳର ବ୍ୟବହାର, ବିଷୟ ଭିତ୍ତିକ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି, ଭିତ୍ତିଭୂମିର ବିକାଶ, ଶିକ୍ଷକଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକୀୟ ସମୟ ପ୍ରଦାନ, ସରକାରୀ ସ୍କୁଲ ପରିଚାଳନା କମିଟିକୁ ଅଧିକ କ୍ରୀୟାଶିଳ କରିବା ପ୍ରଭୃତି ଦାବି ରହିଛି।

ଓଡ଼ିଶା ପରି ଏକ ପଛୁଆ ଅଂଚଳ ବିକାଶ ପାଇଁ ସାର୍ବଜନୀନ ଏବଂ ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା ରହିଛି। ତେଣୁ ସରକାର ଅନ୍ଧ ଭାବେ ବିଦ୍ୟାଳୟ ବନ୍ଦ କରିବା ନିଷ୍ପତ୍ତିରୁ କ୍ଷାନ୍ତ ରହି ଶିକ୍ଷାର ବିକାଶ ପାଇଁ ପଦକ୍ଷେପ ନେବାକୁ ଆମ୍‌ଆଦ୍‌ମି ପାର୍ଟି ଦୃଢ଼ ଦାବି ଉପସ୍ଥାପନ କରିଥିବା ଜିଲ୍ଲା ସଭାପତି ସୁବାଷ ଚନ୍ଦ୍ର ରାଉତ କହିଛନ୍ତି।

ଆମ୍ ଆଦମୀ ପାର୍ଟି ଗଂଜାମ ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026
Latest News

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.