ଭଦ୍ରକ, କଥାରି ଅଛି ମାଟି ଖୋଳୁଖୋଳୁ ବାହାରିଲେ ମହାଦେବ। ଏହା ଏଇଥି ପାଇଁ କୁହାଯାଇଥାଏ କି ଗୋଟିଏ ଘଟଣାର ସତ୍ୟାସତ୍ୟ ଖୋଜୁଖୋଜୁ ଅନ୍ୟ ବଡ କଥା ପ୍ରକାଶ ପାଇବା। ସତରେ ମହାଦେବ ବାହାରିବା ଘଟଣା ସହିତ ଏହାର କୌଣସି ସଂପର୍କ ନ ଥାଏ। ହେଲେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ଏହା ସତ ବୋଲି ପ୍ରମାଣିତ ହୋଇଛି। ଅର୍ଥାତ ସତରେ ମାଟି ଖୋଳୁ ଖୋଳୁ ମହାଦେବ ଆର୍ବିଭାବ ହୋଇଛନ୍ତି।
ଘଟଣାରୁ ଜଣାପଡିଛି ଯେ ଭଦ୍ରକ ଜିଲ୍ଲାର ଗୋରାମାଟି ପଞ୍ଚାୟତରେ ଏକ ପାର୍କ ନିର୍ମାଣ ପାଇଁ ମାଟି ଖୋଳାଯାଉଥିଲା। ବହୁମାଟି ଖୋଳିବା ପରେ ହଠାତ୍ ଏକ କଳାମଚମଚ ପଥର ଦେଖାଦେଲା। ଏହା କଣ ବୋଲି ଭାବି ଆଗ୍ରହରେ ଶ୍ରମିକମାନେ ଖୋଳିବା ପରେ ତାହା ଏକ ଶିବଲିଙ୍ଗ ବାହାରିଲା। ଏଥିସହିତ ମନ୍ଦିରରେ ରଖାଯାଉଥିବା ଗୋଟିଏ ମୃତ୍ତି ମଧ୍ୟ ବାହାରିଛି। ଏହି ଘଟଣା ପ୍ରଚାରିତ ହେବା ପରେ ଏହାକୁ ଦେଖିବା ପାଇଁ ବହୁ ଲୋକଙ୍କର ସମାଗମ ଆରମ୍ଭ ହୋଇଯାଇଛି। ଏପରିକି ସେଠାରେ ଲୋକେ ପୂଜା ଅର୍ଚ୍ଚନା ମଧ୍ୟ ଆରମ୍ଭ କରି ଦେଇଛନ୍ତି।