Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ ଭିଡିଓ କନଫରେନ୍ସିରେ କଥାବାର୍ତ୍ତା ହେଲେ ମୁଖ୍ୟମନ୍ତ୍ରୀ
ଆଜିର ଖବର

ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ ଭିଡିଓ କନଫରେନ୍ସିରେ କଥାବାର୍ତ୍ତା ହେଲେ ମୁଖ୍ୟମନ୍ତ୍ରୀ

November 17, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର :  ଆଜି ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ ଭିଡିଓ କନଫରେନ୍ସିରେ କଥାବାର୍ତ୍ତା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ବାଭିମାନ ଅଞ୍ଚଳ ମୋ ହୃଦୟରେ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଖୁବଶୀଘ୍ର ସ୍ବାଭିମାନ ଅଂଚଳର ରାଜ୍ୟର ଅନ୍ୟତମ ଆଗୁଆ ଅଞ୍ଚଳ ଭାବେ ପରିଗଣିତ ହେବ । ଆଜି ସ୍ବାଭିମାନ ଅଞ୍ଚଳବାସୀଙ୍କ ପାଇଁ ସ୍ମାର୍ଟ ଫୋନ ବିତରଣ କାର୍ଯ୍ୟର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ସ୍ବାଭିମାନ ଅଂଚଳର ପ୍ରତିଟି ପରିବାରକୁ ମିଳିବ ସ୍ମାର୍ଟ ଫୋନ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମାଲକାନଗିରି ଜିଲ୍ଲାର ବିଚ୍ଛିନାଞ୍ଚଳବାସୀ ଏବେ ଆଉ ବିକାଶ ଠାରୁ ବିଚ୍ଛିନ୍ନ ହୋଇ ରହିନାହାଁନ୍ତି । ଏବେ ସେଠାରେ ଆରମ୍ଭ ହୋଇଛି ବିକାଶର ନୂଆ ଅଧ୍ୟାୟ । 2018ରେ ଗୁରୁପ୍ରିୟା ସେତୁ ଉଦଘାଟନ ପରେ ବିଚ୍ଛିନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳ ଭାବେ ନାମିତ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିପାଇଁ 100 କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ମଧ୍ୟ ଘୋଷଣା କରିଥିଲେ । ଏହି ପ୍ୟାକେଜ ଏବେ 215 କୋଟି ଟଙ୍କାକୁ ବୃଦ୍ଧି ପାଇଛି । ବିଚ୍ଛିନଞ୍ଚଳରେ ଯୋଡି ହୋଇଛି ବିଚ୍ଛିନ୍ନତା, ସ୍ବାଭିମାନ ଅଞ୍ଚଳବାସୀ ହୋଇଛନ୍ତି ପ୍ରଗତିର ସାଥି ।

ସ୍ବାଭିମାନ ଅଞ୍ଚଳର ପ୍ରତିଟି ପରିବାରକୁ ମିଳିବ ସ୍ମାର୍ଟ ଫୋନ । ଆଜି ଏହି ସ୍ମାର୍ଟ ଫୋନ ଯୋଗାଣ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ 110 ଜଣଙ୍କୁ ସ୍ମାର୍ଟ ଫୋନ ଦିଆଯାଇଛି । ଏହା ଦ୍ବାରା ଲୋକେ ପରସ୍ପର ସହ ଯୋଡି ହେବେ ଏବଂ ପିଲାମାନେ ଅନଲାଇନରେ ପାଠ ପଢିପାରିବେ । କାରଣ ପୂର୍ବରୁ ସ୍ବାଭିମାନ ଅଂଚଳରେ 4ଟି ମୋବାଇଲ ଟାୱାର ପ୍ରତିଷ୍ଠା ହୋଇଥିବା ବେଳେ ଆଉ 4-ଜି ସେବା ସହ ଆଉ 3ଟି ଟାୱାର ପ୍ରତିଷ୍ଠା ହେବ ।

ସ୍ବାଭିମାନ ଅଞ୍ଚଳରେ ଚାଷ, ଜଳସେଚନ, ସ୍ବାସ୍ଥ୍ୟ, ଶିକ୍ଷା, ଯୋଗାଯୋଗକୁ ଗୁରୁତ୍ବ ଦିଆଯାଉଛି । ହଳଦୀ ଚାଷକୁ ପ୍ରୋତ୍ସାହନ ସହ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା କରିବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଖୁବଶୀଘ୍ର 33/11 କେଭି ବିଦ୍ୟୁତ ଲାଇନ କାମ ମଧ୍ୟ ଖୁବଶୀଘ୍ର ଶେଷ ହେବ । କଂକ୍ରିଟ ରାସ୍ତା କାମ ଚାଲିଥିବା ବେଳେ 78 କିଲୋମିଟର ପିଚୁ ରାସ୍ତା କାମ ଚାଲିଛି । 7ଟି ସେତୁ ପାଇଁ 100 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସବୁ ଘରକୁ ପାଇପ ଯୋଗେ ପିଇବା ପାଣି ମିଳିବ । 32 କୋଟି ଟଙ୍କା ଖର୍ଚ୍ଚରେ ଜଳସେଚନ ପାଇଁ 43ଟି ଉଠା ଜଳସେଚନ ପ୍ରକଳ୍ପ ଏବଂ 419ଟି ଗଭୀର ନଳକୂପ ପ୍ରତିଷ୍ଠା କରାଯିବ। ଏହାଦ୍ବାରା 1700 ହେକ୍ଟର ଜମିକୁ ପାଣି ମିଳିପାରିବ । ସ୍ବାଭିମାନ ଅଞ୍ଚଳର 82ଟି ଅଙ୍ଗନବାଡି କେନ୍ଦ୍ର କାର୍ଯ୍ୟକ୍ଷମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା: ପୁରୁଷୋତ୍ତମ ଧାମ ଯାତ୍ରା କଲେ ଖୋର୍ଦ୍ଧା ଜିଲ୍ଲାର ୨୨୨ ତୀର୍ଥ ଯାତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026
Latest News

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା: ପୁରୁଷୋତ୍ତମ ଧାମ ଯାତ୍ରା କଲେ ଖୋର୍ଦ୍ଧା ଜିଲ୍ଲାର ୨୨୨ ତୀର୍ଥ ଯାତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026

ଭାରତ ବିରୁଦ୍ଧରେ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍: ୭ ବିଦେଶୀ ନାଗରିକ ଗିରଫ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.