ରମେଶ ମହାନ୍ତି
ଜଗତସିଂହପୁର: ଡିଉଟି ନକରି ୯ ମାସର ଅନଧିକୃତ ଛୁଟିକୁ ଦରମା ଆକାରରେ ହଡପ କରିବାକୁ ଉଦ୍ୟମ କରାଯିବା ଏବଂ ପୁନର୍ବାର ୨ୟ ତଦନ୍ତ କମିଟି ବସିବା ଭଳି ଘଟଣା ସମୀକ୍ଷା ନ୍ୟୁଜ୍ ରେ ଖବର ପ୍ରକାଶ ପାଇବା ପରେ ଏରସମା ବିଇଓ କାର୍ଯ୍ୟାଳୟ ଚଳଚଞ୍ଚଳ ହୋଇଉଠିଥିବା ଜଣାପଡିଛି।
ସୂଚନାନୁଯାୟୀ ଭାରପ୍ରାପ୍ତ ବିଇଓ ମହେନ୍ଦ୍ର ସୋରଣିଆଙ୍କ ଦ୍ୱାରା ଗଠନ କରାଯାଇଥିବା ୨ୟ କମିଟିର ସଭ୍ୟ ସହଶିକ୍ଷା ଅଧିକାରୀ ବିଜୟ ସେନାପତି ଓ ଗୋଲୋକ ପ୍ରଧାନ ଫାଇଲକୁ ଫେରାଇ ଦେବା ସହ ପୂର୍ବ ତଦନ୍ତ କମିଟ ରିପୋର୍ଟ ଠିକ୍ ବୋଲି ଶିକ୍ଷା ଅଧିକାରୀ ଗୋଲକ ପ୍ରଧାନଙ୍କ ଦ୍ବାରା ଲେଖାଯାଇଥିବା ଜଣାପଡିଛି। ଏପରି ପରିସ୍ଥତିରେ ୯ ମାସର ଅନଧିକୃତ ଛୁଟିକୁ ଦରମା ଆକାରରେ ହଡ଼ପ କରିବାକୁ ପୁଣି ଏକ ନୂଆ ଯୋଜନା ପ୍ରସ୍ତୁତ କରାଯାଉଥିବା କୁହାଯାଉଛି। ଏହି ଯୋଜନାନୂଯାୟୀ ଭାରପ୍ରାପ୍ତ ବିଇଓ ନିଜକୁ ମିଶାଇ ସାତ ଜଣ କର୍ମଚାରୀଙ୍କୁ ନେଇ ଏକ ବୈଠକ ଡାକିଛନ୍ତି । ପତ୍ର ସଂଖ୍ୟା ୧୧୪୧ରେ ଏରସମା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ତିନିଜଣ ସହଶିକ୍ଷା ଅଧିକାରୀ ରମେଶ ପରିଡା, ବିଜୟ ସେନାପତି, ଗୋଲୋକ ପ୍ରଧାନ ଓ ଗଡବିଶିନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୁର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ସାହୁ, ସହକାରୀ ଶିକ୍ଷକ ରମାକାନ୍ତ ନାୟକ ଓ ଗଡବିଶିନପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ମାଧବ ଚରଣ ମହାରଣାଙ୍କୁ ୨୦ ତାରିଖ ଦିନ ଉପସ୍ଥିତ ରହିବାକୁ କୁହାଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି ।
ସୂଚନାନୁଯାୟୀ, ଇନ୍ସୁରାନ୍ସ ଏଜେଣ୍ଟ ସହ ଶିକ୍ଷକତା କରୁଥିବା ଉକ୍ତ ଶିକ୍ଷକଙ୍କ ଘଟଣା ସମ୍ପର୍କରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ହେବା ପରିବର୍ତ୍ତେ ତାଙ୍କୁ ବ୍ଲକ୍ ଶିକ୍ଷା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅହେତୁକ ଅନୁକମ୍ପା ପୋଷଣ କରାଯାଉଥିବା ଚର୍ଚ୍ଚାର ବିଷୟ ହୋଇଛି। ଅପରପକ୍ଷରେ ଫେଷ୍ଟିଭାଲ ଅଗ୍ରିମ ପାଇଁ ୧୦୦ ଲେଖା ଆଦାୟ ହେଉଥିବା କୁହାଯାଉଥିବା ବେଳେ ଏହାକୁ ଉଚ୍ଚ ପଦାଧିକାରୀଙ୍କ ଦ୍ୱାରା ଯଦି ତଦନ୍ତ ପରିସରକୁ ନିଆଯାଇପାରନ୍ତା ତେବେ ଉକ୍ତ ଦଲାଲ ଶିକ୍ଷକଙ୍କ ମୁଖା ଖୋଲି ପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।