Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଂଜାମ ଜିଲ୍ଲା ମଡ଼େଲ୍ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି: ପ୍ରମୁଖ ଶାସନ ସଚିବ
ଆଜିର ଖବର

ଗଂଜାମ ଜିଲ୍ଲା ମଡ଼େଲ୍ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି: ପ୍ରମୁଖ ଶାସନ ସଚିବ

November 17, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କୋଭିଡ଼୍ ପରିଚାଳନା ନୋଡ଼ାଲ୍ ପ୍ରଶାସନିକ ଅଧିକାରୀ ତଥା ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥାନନ୍ ମଙ୍ଗଳବାର ଗଂଜାମ ଜିଲ୍ଲାର କୋଭିଡ଼୍ ପରିଚାଳନାଗତ ଉନ୍ନୟନ କାର୍ଯ୍ୟଗୁଡ଼ିକ ସମୀକ୍ଷା କରିଛନ୍ତି। ତାମ୍ପରାଠାରେ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ଏଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ଶ୍ରୀ ମାଥିଭାନାନ୍ ଜଣାଇଥିଲେ ଯେ ଗତ ମାର୍ଚ୍ଚ ମାସଠାରୁ ଏଭଳି ଜଟିଳ ପରିସ୍ଥିତିରେ ନିଜକୁ ସମର୍ପି ହୋଇ ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ସାରା ବିଶ୍ୱରେ ଗଂଜାମ ମଡ଼େଲ୍‌କୁ ପରିଚିତ କରାଇପାରିଛନ୍ତି। ତେଣୁ ସମସ୍ତେ ଧନ୍ୟବାଦର ପାତ୍ର। ଏହି ଦଳରେ ସେ ନିଜକୁ ସାମିଲ ହୋଇଥିବାରୁ ମାଥିଭାଥାନନ ମଧ୍ୟ ନିଜକୁ ଗର୍ବିତ ମନେ କରିଥିଲେ। ଆଗାମୀ ଦିନରେ ଦ୍ୱିତୀୟ କିମ୍ବା ତୃତୀୟ ପ୍ରବାହ ସଂକ୍ରମଣର ସମସ୍ତ ବାଧାବିଘ୍ନକୁ ଚାଲେଞ୍ଜ ସହ ପରିଚାଳନା କରିବା ଦିଗରେ ଜିଲ୍ଲାକୁ ଆଗକୁ ନିଆଯାଇଛି। ଗଂଜାମ ଜିଲ୍ଲା ପଛକୁ ଯିବ ନାହିଁ। ଗଂଜାମ ଜିଲ୍ଲାର ମଡ଼େଲ୍ ଯୋଗୁଁ ଆଜି ବିଶ୍ୱ ଦରବାରରେ ଜିଲ୍ଲା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଜିଲ୍ଲାକୁ ଆସୁଥିବା ପ୍ରବାସୀ ଭାରତୀୟଙ୍କ ନିଜ ସ୍ଥାନରେ କର୍ମସଂସ୍ଥାନ ଯୋଗାଇଦେବା ଦିଗରେ ଅନେକ ଯୋଜନାମାନ କରି ସେମାନଙ୍କ ଜୀବନଜୀବିକା ଓ ଆର୍ଥନୈତିକ କାର୍ଯ୍ୟଧାରାକୁ ପୁନଃର୍ଜିବିତ କରାଯାଉଛି। ଆଜି ଦ୍ୱିତୀୟ ଲହରକୁ ରୋକିବା ଦିଗରେ କେଉଁ ରଣକୌଶଳ ଗ୍ରହଣ କରାଯାଇଛି ତାହା ପଚାରି ବୁଝିଥିଲେ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବୀନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ଡ଼ିଆର୍‌ଡ଼ିଏ ଏପିଡ଼ି (ପ୍ରଶାସକ) ଜ୍ୟୋତିରଂଜନ ରାୟ ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଲାଇନ୍ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

ପ୍ରମୁଖ ଶାସନ ସଚିବ
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026

ଆଜି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

February 3, 2026
Latest News

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026

ଆଜି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

February 3, 2026

ୱାର୍ମ-ଅପ୍ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ବଡ଼ ବିଜୟ: ଆମେରିକାକୁ ୩୮ ରନ୍‌ରେ ପରାସ୍ତ କଲା ଭାରତ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.